ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ପଞ୍ଚମ ଦିନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ପଞ୍ଚମ ଦିବସରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର ରାମଚନ୍ଦ୍ର ମେହେର ଉଦ୍ଘାଟକ ଭାବେ ଯୋଗ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ଡା ମେହେର ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପୁସ୍ତକମେଳା ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ କାର୍ଯ୍ୟକ୍ରମ ସହରର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ସାହିତ୍ୟ ସଭା କାର୍ଯ୍ୟକ୍ରମରେ ସଭାପତି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ସଦସ୍ୟା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ତଥା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ମୁଖ୍ୟ ଅତିଥି ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସହାୟକ ପ୍ରଫେସର ଧୀରେନ କୁମାର ମହନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ନୂତନ ଶିକ୍ଷା ନୀତି ୨୦୨୦ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଡ଼ଃ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ଆମ ପାଇଁ ଅମ୍ଳଜାନ ସଦୃଶ୍ୟ । ଏହାସହ ମାନଵ ଓ ଭୈ।ତିକ ସମ୍ବଳ ଓ ପ୍ରାଥମିକ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହନ୍ତ ଶିକ୍ଷାର ବିଭିନ୍ନ ଅଧ୍ୟାୟଃ ଓ ଏହାର କ୍ରମବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ପ୍ରଧାନ ସଭାପତିତ୍ୱ ଅଭିଭାଷଣରେ ଶିକ୍ଷା ସମ୍ପର୍କୀତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ଶିକ୍ଷାର ଦୃଷ୍ଟିଭଙ୍ଗୀ ଓ ଆଭିମୁଖ୍ୟ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପରିଷଦର ସହସମ୍ପାଦକ ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆଲୋଚ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବି ତ୍ରିନାଥ ସିଂହଙ୍କ ସଭାପତିତ୍ୱ, ପରିଷଦର ସାଧାରଣ ସଂପାଦକ ଡ଼ଃ ସୁଷମା ମୋଦୀ ଓ ଅଧ୍ୟାପିକା ଧରିତ୍ରୀ ପାଇକ୍ରାୟଙ୍କ ସଂଯୋଜନାରେ ବି ସହରର ବହୁ କବି ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବାଉରୀବନ୍ଧୁ ସାହୁ,ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ , ଡା ବସନ୍ତ କୁମାର ଦାସ, ଡଂ ଜୟନ୍ତୀ ପାଢ଼ୀ, ଟୁକଲା ପାଢ଼ୀ, ସସ୍ମିତା ପ୍ରଧାନ, ଅଳକା ମହାନ୍ତି, ରଶ୍ମିତା ନାଥ, ସିମରନ ମହାପାତ୍ର, ସେଫାଳୀ ବାରିକ, ଭାରତୀ ଖମାରୀ, ଶର୍ମିଷ୍ଠା କବିଶତପଥୀ, ଚିନ୍ମୟୀ ପୁରୋହିତ, ତପସ୍ୱିନୀ ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।