om academy

ସମୂହ ଇସ୍ତାଫା ଦେଲେ ବଲାଙ୍ଗିରର ପ୍ରାଣୀ ଚିକିତ୍ସକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ୯ ଦଫା ଦାବୀ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । କିଛି ଦିନ ପୂର୍ବରୁ ଆନ୍ଦୋଳନ କରିବା ସହ ଦାବୀ ପୂରଣ ନହେଲେ ସମୂହ ଇସ୍ତାଫା ଦେବେ ବୋଲି ଚେତାଇ ଦେଇଥିଲେ । କିନ୍ତୁ ସରାକର ସେମାନଙ୍କ ଦାବୀଗୁଡିକୁ ବାରମ୍ବାର ଅଣଦେଖା କରିଚାଲିଲେ । ତେବେ ଏହାର ବିରୋଧରେ ଆଜି ବଲାଙ୍ଗିର ପ୍ରାଣୀ ଚିକିତ୍ସକ ମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ ଜରିଆରେ ସମୂହ ଇସ୍ତାଫା ପ୍ରଦାନ କରିଛନ୍ତି । ପ୍ରାଣୀ ଚିକିତ୍ସକ ମାନେ ସାଧାରଣ ଡାକ୍ତରମାନଙ୍କ ଭଳି ସମାନ ଦରମା ପଦୋନ୍ନତି ଓ ସୁବିଧା ସୁଯୋଗ, ଚାଷୀଙ୍କ ହିତ ପାଇଁ ୨୪ ଘଣ୍ଟିଆ ପ୍ରାଣୀ ଚିକିତ୍ସା ସେବା, ବିଶେଁଷଜ୍ଞ ଚିକିତ୍ସା, ପ୍ରାଣୀ ରୋଗ ନିଦାନ ସୁବିଧା, ଦ୍ୱାର ଦେଶରେ ନିଶୁକ୍ଳ ପ୍ରଣୀ ଚିକତ୍ସା, ନିରବିଚ୍ଛିନ ଔଷଧ ଯୋଗାଣ, ନ୍ୟୁନତମ ଭିତ୍ତିଭୂମି ଓ ମାନବ ସମ୍ବଳ ଆଦି ଦାବୀ କରିଛନ୍ତି । ତେବେ ପ୍ରାଣୀ ଚିକିତ୍ସକଙ୍‌ଙ୍କ ଅନୁପସ୍ଥିତିରେ ପ୍ରାଣୀ ସେବା କିଭଳି ହେବ ତାହା ଘୋର ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.