ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରାଜୁ

ବୋଡେ଼ନ : ବୋଡେ଼ନ ବ୍ଲକ ଫରସରା ପଞ୍ଚାୟତ ବୁଢ଼ୀପଦର ଗାଁ’ର ରାଜୁ ନାଏକ(୫୫) ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ । ସୂଚନା ଅନୁସାରେ, ରାଜୁ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଟେଭି ନାଏକଙ୍କୁ ନେଇ ତାଙ୍କ ପରିବାର । ପ୍ରାୟ ପାଞ୍ଚବର୍ଷ ତଳେ ରାଜୁ ଅଜଣାରୋଗରେ ପୀଡ଼ିତ ହୋଇଥିଲେ । ତେଣୁ ରାଜୁ ଭିନ୍ନକ୍ଷମ ଅବସ୍ଥାରେ ଘରେ ପଡ଼ି ରହିଲେ । ଏଭଳି ସ୍ଥିତିରେ ପରିବାର କିପରି ଚଳିବ ସେ ଚିନ୍ତାରେ ରହିଥିବା ବେଳେ ସରକାରୀ ସହାୟତା କହିଲେ ପରିବାରକୁ ରାସନ କାର୍ଡରେ ୧୦କେଜି ଚାଉଳ ମିଳୁଥିବାରୁ ପରିବାର ଚଳିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି । ପାଞ୍ଚବର୍ଷ ହେଲା ଭିନ୍ନକ୍ଷମ ହେଲେ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳିନଥିବା ନେଇ ରାଜୁ ବାରମ୍ବାର ଦାବୀ କରୁଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଏଥିପ୍ରତି ଦୃଷ୍ଟିଦେଇ ରାଜୁଙ୍କୁ ତୁରନ୍ତ ଭତ୍ତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.