
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍. ଅଧିକାରୀ ଭି.କେ.ପାଣ୍ଡିଆନ୍ ଆଜି ନିଜ ସରକାରୀ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ପାଣ୍ଡିଆନ୍ଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ଚିଠିକୁ ଆଜି ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ମଂଜୁରୀ ମିଳିଛି । ତେବେ ବିଗତ ସମୟରେ ବିରୋଧୀମାନଙ୍କ ଦ୍ୱାରା ଶ୍ରୀ ପାଣ୍ଡିଆନ୍ଙ୍କୁ ନାନା ପ୍ରକାର ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା । ଏପରିକି ଶ୍ରୀ ପାଣ୍ଡିଆନ୍ଙ୍କୁ ନେଇ ଓଡ଼ିଶା ରାଜନୀତି ଜଗତରେ ନାନା ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଆଜି ସବୁ ଆଲୋଚନାର ଅନ୍ତ ଘଟାଇ ନିଜ ସରକାରୀ ପଦବୀରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ଶ୍ରୀ ପାଣ୍ଡିଆନ୍ । ଏବେ ଓଡ଼ିଶା ରାଜନୀତି ମଇଦାନ୍ରେ ଶ୍ରୀ ପାଣ୍ଡିଆନ୍ଙ୍କ ସକ୍ରିୟ ଅଂଶଗ୍ରହଣକୁ ନେଇ ରାଜନୀତିକ ଦଳ ମଧ୍ୟରେ ଜବର୍ଦସ୍ତ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି ।