centurian jitm

ପଶ୍ଚିମ ଓଡ଼ିଶା ବାର୍ତ୍ତାର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

nschool
  • ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବରଗଡ, (ନିରୋଜ କୁମାର ପାଣୀ) : ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ । ଆମର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଆଧ୍ୟାତ୍ମିକ ଜୀବନଧାରାରେ ଏହାର ପ୍ରମୁଖ ପ୍ରଭାବ ରହିଛି । ଦେଶ ବିଦେଶରେ ଘଟୁଥିବା ଘଟଣା ସକଳକୁ ଏହା ପରିଚିତ କରେ ନାହିଁ । ବରଂ ଏଥିରେ ପ୍ରକାଶିତ ଆଲୋଚନା, ସମ୍ପାଦକୀୟ, ସର୍ଜନାତ୍ମକ ସାରସ୍ଵତ ରଚନା ଆମର ଚିନ୍ତାଧାରାକୁ ମାର୍ଜିତ, ଉନ୍ନତ ସମୃଦ୍ଧ କରିବା ସହ ଜୀବନଧାରାକୁ ପରିବର୍ତ୍ତନ କରିବାକୁ ଉତ୍ସାହିତ କରେ । ସୁତରାଂ ସୁସ୍ଥ ସମାଜ ଗଠନ ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବରଗଡ଼ ଜିଲ୍ଲା ବିଜେପୁର ଏସ.ଏଚ.ଜି ଭବନରେ ଆୟୋଜିତ ପଶ୍ଚିମ ଓଡ଼ିଶା ବାର୍ତ୍ତାର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ଶିକ୍ଷକ ରାଜେଶ୍ଵର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ମତପୋଷଣ କରିଥିଲେ । ପଶ୍ଚିମ ଓଡ଼ିଶା ବାର୍ତ୍ତାର ମୁଖ୍ୟ ସମ୍ପାଦକ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ, ଏନ୍.ଏ.ସି ଅଧ୍ୟକ୍ଷା ସୀତା ବାରିକ, ଅମୃତଧାରା ନର୍ସିଂହୋମର ମୁଖ୍ୟ ଯଶୋବନ୍ତ ମେହେର, ରେଡିଏନସ କଲେଜର ଚେୟାରମେନ ଅଜିତ ମେହେର, କ୍ରାନ୍ତିକବି ହରିଲାଲ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରାରମ୍ଭରେ ଦେବୀ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପରେ ରେଡିଏନ୍ସ କଲେଜର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ସମାଜ ସେବା କ୍ଷେତ୍ରରେ ସମର୍ପିତ ଅନାଲୋଚିତ ପ୍ରତିଭାମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଡାକସେବକ ସମ୍ମାନରେ ପ୍ରଫୁଲ୍ଲ ଗିରି, ଯାତ୍ରୀବାହକ ସମ୍ମାନରେ ସମାରୁ ମହାନନ୍ଦ, ଯାତ୍ରୀ ସେବକ ସମ୍ମାନରେ କାର୍ତ୍ତିକ ପଧାନ, ବିଶ୍ଵକର୍ମା ସମ୍ମାନରେ ଭୁବନେଶ୍ୱର ବେହେରା, ବେଶ କାରକ ସମ୍ମାନରେ ଦିନମଣି ପଶାୟତ, ପାଦୁକା ସେବା ସମ୍ମାନରେ ପଞ୍ଚା ମେହର, ଟ୍ଵିଟର ମାଷ୍ଟର ସମ୍ମାନରେ ଭେଡେନ ବ୍ଲକର ରମେଶ ମେହେର, ଶ୍ରେଷ୍ଠ ସ୍ବେଚ୍ଛାସେବକ ସମ୍ମାନରେ ପାଇକମାଲ ବ୍ଲକର ନିରାକାର ପଧାନ, ଶ୍ରେଷ୍ଠ ଖବରକାଗଜ ବିତରକ ସମ୍ମାନ ସୁବାସ ଚନ୍ଦ୍ର ଚୈାଧୁରୀ, ବିପ୍ଲବୀ କବି ସମ୍ମାନରେ ହରିଲାଲ ସାହୁ, ଶ୍ରେଷ୍ଠ ପୁରୋହିତ ସମ୍ମାନରେ କିଶୋର ଚନ୍ଦ୍ର ପୂଜାରୀ, ପୂର୍ଣ୍ଣ ଚନ୍ଦ୍ରଷଡ଼ଙ୍ଗୀ, ଶ୍ରେଷ୍ଠ ଚିତ୍ରଶିଳ୍ପୀ ସମ୍ମାନରେ ଲକ୍ଷ୍ମୀକାନ୍ତ ମେହେର, ସାମ୍ବାଦିକ ଗୌରବ ସମ୍ମାନରେ ଜନାର୍ଦ୍ଦନ ପାଣିଗ୍ରାହୀ ସମ୍ମାନୀତ ହୋଇଥିଲେ । ପଶ୍ଚିମ ଓଡ଼ିଶା ସେବା ସମ୍ମାନରେ ସହୟୋଗ ଅନୁଷ୍ଠାନ, ପଦ୍ମପୁର, ପଶ୍ଚିମ ଓଡ଼ିଶା ସ୍ୱାସ୍ଥ୍ୟ ସେବା ସମ୍ମାନରେ ଅମୃତଧାରା ନର୍ସିଂ ହୋମ, ବିଜେପୁର, ପଶ୍ଚିମ ଓଡ଼ିଶା ଶିକ୍ଷା ପ୍ରଦୀପ ସମ୍ମାନରେ ରେଡିଏନ୍ସ କଲେଜ ବିଜେପୁରକୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଶ୍ଚିମ ଓଡ଼ିଶା ବାର୍ତ୍ତା ସମ୍ମାନରେ ବଲାଙ୍ଗିର ଖପ୍ରାଖୋଲର ହେମ ସାଗର ସାହୁ, ବୌଦ୍ଧର ରଞ୍ଜନ ପାତ୍ର, ସୁବର୍ଣ୍ଣପୁରର ଉଗ୍ରସେନ କର୍ମୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଗୋବିନ୍ଦ ସେଠ ସମାରୋହକୁ ସଂଯୋଜନା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବାଲାଜୀ ତରାସିଆ, ଡିଷ୍ଟିକ୍ ପ୍ରେସ୍ କ୍ଲବର ସଭାପତି ସତ୍ୟଜିତ ଦାସ ପ୍ରମୁଖ ଏହି ସମାରୋହରେ ଯୋଗଦେଇ ପଶ୍ଚିମ ଓଡ଼ିଶା ବାର୍ତ୍ତାର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ରେଡିଏନ୍ସ କଲେଜର ଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ସମ୍ବଲପୁରୀ ଲୋକନୃତ୍ୟରେ ଦର୍ଶକ ଗଣ ବିମୋହିତ ହୋଇ ଯାଇଥିଲେ । ଯୁବକବି ଦିଲେଶ ମେହେର, ଯୁବ ସାମ୍ବାଦିକ ଝସକେତନ ବରିହା, ରାଜା ଭାରତୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଶେଷରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ସମ୍ପାଦକ ଡିଲେଶ୍ୱର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!