ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଓ କାଶିବାହଲ ପଂଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ରବିବାର ଅନୁଷ୍ଠିତ ହୋଇଯାଇଛି । ମହିମା ପଞ୍ଚାୟତ ଡେଙ୍ଗାଗୁଡା ମଣ୍ଡି ପରିସରରେ ଉତ୍ସବ କମିଟି ସଭାପତି ମହିମା ସରପଞ୍ଚ ଇଶରାମ କୋଲଥିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମିତି ସଭ୍ୟ ଘନଶ୍ୟାମ ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ସୁମତି ବାଗ, ଦୁର୍ଯ୍ୟୋଧନ ପୂଝାରୀ, ରାମସିଙ୍ଗ ମାଝୀ, ସୁରେଶ ଚନ୍ଦ୍ର ପାତ୍ର ସ୍ୱୟଂ ସହାୟକ ଗ୍ରୁପ ଏବଂ ମିଶନ ଶକ୍ତିର ମହିଳା ମାନେ ଯୋଗ ଦେଇଥିଲେ । ସେହିପରି କାଶିବାହଲ ପଞ୍ଚାୟତରେ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ନାଏବ ସରପଞ୍ଚ କାଦମ୍ବିନୀ ଦଳେଇ ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ ଉପସ୍ଥିତ ରହିଥିଲେ । ୨ ପଂଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.