ଭଦ୍ରକ : ଭଦ୍ରକ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଏହି ବ୍ଲକରେ କୋଲହ ପଞ୍ଚାୟତର ୪ ନଂ ବୁଥ୍ରେ ଉତ୍ତେଜନା ଦେଖାଦେଇଛି । ଲୋକମାନେ ଭୋଟ ବାକ୍ସକୁ ପୋଖରୀରେ ପକାଇ ଦେବା ସହ ପୋଲିଂ ଟିମକୁ ଅଟକ ରଖିଥିବା ଜଣାପଡିଛି । ବ୍ଲକରେ କୋଲହ ପଞ୍ଚାୟତରେ ୪ ନଂ ବୁଥ୍ରେ ବାଲାଟ ପେପର ଫଲୋଡିଂର ଚିହ୍ନ ଦେଖାଯାଉ ନଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ମତଦାନ କେନ୍ଦ୍ର ବନ୍ଦ କରିବା ସହ ପିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଥିଲେ । ଏଥିସହ ଭୋଟ ବାକ୍ସକୁ ଏକ ଗାଡିଆରେ ଉତ୍ତ୍ୟକ୍ତ ଲୋକମାନେ ପକାଇ ଦେବା ସହ କେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ ମଧ୍ୟ ଲୋକମାନେ ପୋଲିସ ଗାଡ଼ିକୁ ଛାଡି ନ ଥିଲେ । ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଏହି ବାଲାଟ୍ ବାକ୍ସ ପାଣିରେ ପକାଇବା ଫଳରେ ବାଲାଟ୍ ପେପର ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି ।