ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

  • ଛାତ୍ରଛାତ୍ରୀଙ୍କୁ ପାଠପଢାକୁ ନେଇ ବୋଝ ଦେବା ଉଚିତ ନୁହେଁ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୁଡ଼ଭେଲା ବ୍ଲକ ବିଡିଓ ଗୁରେଶ୍ୱର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁଇଁନ୍ତଳା ବୀଣାପାଣି ସଦର ଏମଡି ଅଶୋକ ମେହେର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଳ ଓ ବ୍ଲକ ଅତିରିକ୍ତ ଯନ୍ତ୍ରୀ ଅମିତ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିନେଶ ସାହୁ ସଭାପତିତ୍ୱ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରଜ୍ଞା ମିଶ୍ର ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ପାଠପଢାକୁ ନେଇ ବୋଝ ଦେବା ଉଚିତ ନୁହେଁ । ମନୁଷ୍ୟ ଗଢିବା କାରଖାନା ହେଉଛି ବିଦ୍ୟାଳୟଗୁଡିକ ଓ ଶିକ୍ଷକମାନେ ଶିଳ୍ପୀ ବୋଲି ଉତ୍ସବରେ ମତ ପ୍ରକାଶ ପାଇଥିଲା । ବିଦ୍ୟାଳୟ ଏମଡି ଦୁର୍ଗାପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.