centurian jitm

ଡେଲାଙ୍ଗରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ -୨୦୨୪ ଘୋରଡିଆ(ସାଉରିଆ )ଗ୍ରାମର ଶ୍ରୀ ମହାବୀର ଦେବ ମନ୍ଦିର ପ୍ରାଙ୍ଗଣରେ ୧୨ତମ ବାର୍ଷିକ କାର୍ତ୍ତିକେଶ୍ୱର ଜନ୍ମ ପୂଜା ଉତ୍ସବ ମହାସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଧିବାସ, ଜଳଯାତ୍ରା, କଳସ ସ୍ଥାପନ, ସୂର୍ଯ୍ୟ ପୂଜା, ଯଜ୍ଞକର୍ମାଙ୍ଗ ପୂଜା, ଅଗ୍ନିସ୍ଥାପନ ସହ ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ ଶିବ ପାର୍ବତୀ, କାର୍ତ୍ତିକେଶ୍ୱର ଗଣେଶଙ୍କ ବିରାଟ ମୃଣ୍ମୟୀ ମୂର୍ତ୍ତି ସହ ପାଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ସହ ରାଧାକୃଷ୍ଣଙ୍କ ମୂର୍ତ୍ତି ଫୁଲରେ ସଜ୍ଜିତ ମେଢ ସ୍ଥାପନ ସାଙ୍ଗକୁ ବର୍ଣ୍ଣାଢ୍ୟ ସୁଉଚ୍ଚ କୋଟିର ତୋରଣ ଓ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ଓ ଫୁଲ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପ୍ରତ୍ୟେହ ପୂଜାପାଠ, ମନ୍ତ୍ରଧ୍ୱନୀରେ ସମଗ୍ର ଅଚଂଳ ପ୍ରକମ୍ପିତ ହେଉଛି । ରବିବାର ଠାରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟାରେ ସଂକୀର୍ତ୍ତନ, ମ୍ୟାଜିକ ଖେଳ, ବୈଠକ ରାମଲୀଳା, ଚଇତି, ଘୋଡାନାଚ, ଘୁଡିକି ନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ତ୍ତିକମାସ ହେତୁ ସକାଳେ-ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ ପାଇଁ ସମଗ୍ର ଅଂଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶନିବାର ମୂର୍ତ୍ତି ବିସର୍ଜନ ଓ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କାର୍ତ୍ତିକେଶ୍ୱର ପୂଜା କମିଟିର ଭକ୍ତବୃନ୍ଦ ସୂଚନା ଦେଇଛନ୍ତି । ସେହିପରି ହରିରାଜପୁର ପଚାଂୟତ ଅନ୍ତର୍ଗତ ନଇ ଭଁସର ପାଇକ ସାହିରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!