om academy

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେଣ୍ଡୁ ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଅତିଥି ପରିଚୟ ମଧ୍ୟ ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସନ୍ନ ଆଚାର୍ଯ୍ୟ, ଭୂତପୂର୍ବ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ନିଜର ଭବିଷ୍ୟତ ଗଠନ ଦିଗରେ ଉତ୍ସାହିତ କରିଥଲେ । ଏହି ଉତ୍ସବରେ ମାନିନୀ ଭୋଇ, ବରଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଯୋଗ ଦେଇ ଛାତ୍ରଛତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ନିଜ ଅଭିମତ ଦେଇଥିଲେ । ମହାବିଦ୍ୟାଳୟର ଗଜରାଜ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ସରୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ ତ୍ରିପାଠୀ, ତାରା ଶତପଥୀ, ପ୍ରଭାତ ମହାପାତ୍ର, ବିରଞ୍ଚି ସାହୁ, ତୁଷାର କାନ୍ତ ସାହୁ, ଝୁନୁ ପରିଡ଼ା ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.