oom

ରାଜେନ୍ଦ୍ରନଗର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କ୍ଲଷ୍ଟର ଅନ୍ତର୍ଗତ ରାଜେନ୍ଦ୍ରନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଜି ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ମନୋରମା ରାଉତ, ଉପନଗରପାଳ, ଏନଏସି କଣ୍ଟାବାଞ୍ଜି ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ବାଗ, ଶ୍ରୀମତୀ ଲଳିତା ପୁଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥିବୃନ୍ଦ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ତା’ପରେ ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଅଭିଭାବକମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.