ଲାୟନ୍ସ ଭୋକେସନାଲ୍‌ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ୍‌ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଉତ୍ସାହ ଉଦ୍ଦୀପନାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ପ୍ରଥମ ଦିନରେ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର ସଭାପତି କେଶବ ଛାପାଡ଼ିଆ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଆଜି ଦ୍ୱିତୀୟ ଦିନରେ ପୁରସ୍କାର ବଣ୍ଟନ ଦିନରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ ଅନନ୍ତ ପ୍ରଧାନ ସହ ଲାୟନ୍ସ ୩୨୨ ସି୨ର ଦ୍ୱିତୀୟ ଗଭର୍ଣ୍ଣର ଏମ୍‌ଜେଏଫ୍‌ ପ୍ରଦୀପ କୁମାର ବଂଶଲ, କ୍ଲବ ସଭାପତି ତଥା ସ୍କୁଲ ସଭାପତି ଲାୟନ୍ସ କେଶବ ଛାପାଡ଼ିଆ, ସମ୍ପାଦକ ଲାୟନ୍ସ ସୁନୀଲ ଅଗ୍ରୱାଲ, ପ୍ରିନ୍ସପାଲ ନାରାୟଣ ପଟ୍ଟନାୟକ ଓ ସ୍କୁଲର ଡ଼ାଇରେକ୍ଟର ପ୍ରତିଶ ସିଦ୍ଧେଶ୍ଵର ମଂଚାସୀନ ଥିଲେ । ମୁଖ୍ୟ ଅତିଥିମାନେ ତାଙ୍କ ଭାଷଣରେ କହିଲେ ଯେ, କ୍ରୀଡ଼ା ହେଉଛି ମଣିଷ ଜୀବନର ଏକ ଅଙ୍ଗ । ପ୍ରତ୍ୟେକ ଖେଳାଳି ଖେଳୁଆଡ଼ ମନୋଭାବ ରଖି ଖେଳିବା କଥା । ପରେ ସ୍କୁଲର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ସ୍କୁଲର କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅଭିବାବକ, ଛାତ୍ରଛାତ୍ରୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ପରିଚାଳନା ସଭ୍ୟମାନେ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରିଶେଷରେ ସ୍କୁଲର ଭାଇସ ପ୍ରିନ୍ସପାଲ ମିସ୍‌ ଅରୁଣା ନନ୍ଦ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.