ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ । ଏଠାରେ ଭବ୍ୟ ଯାଦବ ଭବନ ନିର୍ମାଣ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଗଜବାହାଲ ସରପଂଚ ଅରବିନ୍ଦ ଗହୀର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ସଭାପତି ଗରୁଡଧ୍ୱଜ ଗହୀର, ସଂପାଦକ ନରୋତ୍ତମ ସେଲମା ଅତିଥିମାନଙ୍କୁ ସଂକୀର୍ତ୍ତନ ବାଦ୍ୟ ତାଳେ ତାଳେ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପସଭାପତି ମାୟାଧର ଭୋଇ, ସହପଂପାଦକ ମକରଧ୍ୱଜ ବାଗ, କୋଷାଧ୍ୟକ୍ଷ ବିଦେଶୀ ଘିଭେଲା, ନୃପମଣି ଗହୀର, ନୀଳମଣି ଗହୀର, ଜଗତରାମ ବାଗ, ଚୁଡାମଣି ବାଗ, ଭକ୍ତ କାଲସାଏ, ନରେନ୍ଦ୍ର ଗହୀର, କମଳ ବାଗ, ନୀଳମଣି ବାଗ, ମୋହିତ ବାଗ, ସୀମାଂଚଳ ଭୋଇ, ତାପସ ଭୋଇଙ୍କ ସମେତ ଶତାଧିକ ଯାଦବ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.