oom

ସାନଉଡେନ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ ଅନ୍ତର୍ଗତ ସାନଉଡେନ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଉତ୍ସବରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପଡିଆବାହଲ ପଂଚାୟତର ପୂର୍ବତନ ସରପଂଚ ରଘୁନାଥ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତି, ପରମ୍ପରା ଠାରୁ ଦୂରେଇ ଯାଉଥିବାରୁ ଆମ ସମାଜରେ ବିଶୃଙ୍ଖଳା, ବ୍ୟଭିଚାର ଏବଂ ଭ୍ରଷ୍ଟାଚାର ଦେଖିବାକୁ ମିଳୁଛି । ଗୀତା, ଭାଗବତ, ପୁରାଣ ପାଠ ମଣିଷକୁ ସୁନାଗରିକ ଗଢି ତୋଳିବାରେ ସହାୟକ ହୋଇଥାଏ । ପିତାମାତା ଏବଂ ଶିକ୍ଷକଙ୍କ ଗୁଣ, କର୍ମ, ଆଚରଣରୁ ସଂସ୍କାର ମିଳିଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ପାଥର, ପଡିଆବାହାଲ ସରପଂଚ ଦେବରାଜ ପଧାନ, ସମିତି ସଭ୍ୟା ମଞ୍ଜୁଲତା ବରିହା, ବିଧାୟକ ପ୍ରତିନିଧି ରମେଶ ପଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ପଟେଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଦୟନାଥ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳଙ୍କି ବରିହା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଦେବରାଜ ବିଭାର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଜୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହରା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକ ଛାତ୍ରଛାତ୍ରୀକୁ ସୁନାଗରିକ ହେବାପାଇଁ ପରାମର୍ଶ ଦେବା ସହିତ ବିଦ୍ୟାଳୟର ଦାବୀ ପୂରଣ କରିବା ନେଇ ତାଙ୍କ ବକ୍ତବ୍ୟରେ ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତାର ଚାମ୍ପିୟନ ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସାନଉଡେନ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ଦାବୀପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସିଆର୍‌ସିସି ସନାତନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.