
ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡ଼ା ଗ୍ରାମପଞ୍ଚାୟତରେ ଗୁଡ଼ଭେଲା ବ୍ଲକ ସରପଞ୍ଚ ସଂଘ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇଁତଲା ଓ ଗୁଡ଼ଭେଲା ବ୍ଲକର ପ୍ରାୟ ୫୮ ଜଣ ସରପଞ୍ଚ ଯୋଗ ଦେଇଥିଲେ । ରାଜ୍ୟ କାର୍ୟ୍ୟକାରୀ ସରପଞ୍ଚ ସଂଘର ହରିନାରାୟଣ ମିଶ୍ର, ବଲାଙ୍ଗିର ଜିଲ୍ଲା ସରପଞ୍ଚ ସଂଘର ସଭାପତି ଘାସିରାମ ବେହେରା, ସମ୍ପାଦକ ବୀରବର ସାହୁ, ଗୁଡଭେଲା ବ୍ଲକ ସଭାପତି ପ୍ରଭାସିନୀ ପ୍ରଧାନ, ସଇଁତଲା ବ୍ଲକ ସଭାପତି ହିମାଞ୍ଚଳ ବୁଡେକ୍, ବଜରଙ୍ଗ ଜୈନ, ସରୋଜ ମଲ୍ଲିକ, ମନୋଜ କଠାର, ଅରୁଣ ହରପାଲ୍, ଦୟାରାମ ଅଗ୍ରୱାଲ, ବଣ୍ଟି ଜୈନ, ସଞ୍ଜୀବ ସାହୁ, ସବିତା ବେହେରା, କପିଲ ଭୋଇ, ମୁନିରାମ ଖର୍ସେଲ, ନବକିଶୋର ନାୟକ ପ୍ରମୁଖ ଅନେକ ସରପଞ୍ଚ ଉକ୍ତ ସଭାରେ ଯୋଗଦାନ କରିଥିଲେ । ସେମାନେ ନିଜ କାର୍ୟ୍ୟକଳାପ ଗୁଡିକ ଉପରେ ଆଲୋଚନା କରିବା ସହ ଅସୁବିଧା ଗୁଡ଼ିକୁ କିପରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ସେଥିପ୍ରତି ଆଲୋଚନା କରିଥିଲେ । ହରିଶ୍ଚନ୍ଦ୍ର ଯୋଜନା କିଭଳି ସମସ୍ତ ଗ୍ରାମ ପଂଚାୟତରେ କାର୍ୟ୍ୟକାରୀ ହେବ, ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଲୋଚନା, ମଣ୍ଡି ମାନଙ୍କରେ ଧାନ ଗଦା ହୋଇଥିବା ଓ ଚାଷୀ ମାନଙ୍କ ଧାନ ବିକ୍ରି ହୋଇ ପାରିନଥିବା ସହ ସରକାରଙ୍କ ବ୍ୟବସ୍ଥା ଉପରେ ଦୁଃଖ ପ୍ରକାଶ, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଭାବରେ ଲୋକଙ୍କୁ ଠିକ ଭାବରେ ପହଞ୍ଚାଇ ପାରିବେ ଆଦି ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ଏହା ସହ ସରକାରଙ୍କ ପ୍ରତୁଶୃତି ମୁତାବକ ୫ ଲକ୍ଷ ଟଙ୍କା ଅନୁମୋଦନ ମଞ୍ଜୁର ପାଇଁ ସରକାର ପାଖରେ ଦାବୀ କରିବା ଓ କରୋନା ସମୟରେ ଖର୍ଚ୍ଚ ଟଙ୍କା ସରକାର ଦେବା ପାଇଁ ନିବେଦନ କରିବା ଆଦି ନିଷ୍ପତ୍ତି ନେଇଥିଲେ ।