ବଡବନ୍ଧ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଅବସରରେ ହେବାକୁ ଥିବା ୫୬ ପ୍ରହର ନାମଯଜ୍ଞ ଏବଂ ତୁଳସୀ ରାମାୟଣ, ନବାହ ପାରାୟଣ ପାଇଁ ବୁଧବାର ଦିନ କଳସ ଶୋଭାଯାତ୍ରା ହୋଇଯାଇଛି । ଗୁରୁବାର ଦିନ ତୁଳସୀ ରାମାୟଣ ନବାହ ପାରାୟଣ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ଦିନରୁ ଛପନ ପ୍ରହର ନାମଯଜ୍ଞ ଆରମ୍ଭ ହେବ । ଯଜ୍ଞରେ ବରିଷ୍ଠ ବିଜେଡି ନେତା ସୁଶୀଲ ଚାନ୍ଦ, ଧର୍ମପତ୍ନୀ ରଶ୍ମିତା ଚାନ୍ଦ କର୍ତ୍ତା ଭାବେ ଦାୟିତ୍ୱ ତୁଳାଉଛନ୍ତି । ପାରାୟଣ ପାଇଁ କର୍ତ୍ତା ଭାବେ ପଦ୍ମିନୀ ମେହେର ଓ ଯୁଗଳ କିଶୋର ମେହେର ଦାୟିତ୍ୱ ନେଉଥିବା ବେଳେ ନାମଯଜ୍ଞ ପାଇଁ ରୁପାଧାର ସେଠ୍ ଓ ସବିତା ସେଠ୍ କର୍ତ୍ତା ଦାୟିତ୍ୱ ତୁଳାଇବେ । ପୂଜାର୍ଚ୍ଚନାରେ ବଡବନ୍ଧର ସୁଦର୍ଶନ ପୁରୋହିତ ଆଚାର୍ଯ୍ୟ ଦାୟିତ୍ୱ ନେଇଥିବା ବେଳେ ପାରାୟଣରେ ଭରସୁଜା ଡ. ମିଳନ ମିଶ୍ର ଦାୟିତ୍ୱ ନେବେ । ୨୫ ତାରିଖ ବୁଧବାର ଦିନ ମନ୍ଦିର ପ୍ରତିଷ୍ଠା ସହ ଯଜ୍ଞାରମ୍ଭ ହେବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.