ଆନ୍ତର୍ଜାତୀୟ ମହିଳା ସ୍ୱାଭିମାନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଟକ, କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୨ତମ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ମହିଳା ଦିବସ, ଧବଳେଶ୍ଵର ସାରସ୍ଵତ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାରତୀୟ ସ୍ଵାଭିମାନୀ ମହିଳା ମାନଙ୍କର ଗୌରବମୟ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ବିକଶିତ ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ଉଦାହରଣ ମାଧ୍ୟମରେ ସମୀକ୍ଷା କରିଥିଲେ । ଉକ୍ତ ଅବସରରେ “ନାରୀ ଶକ୍ତି” ଶୀର୍ଷକ କବିତା ପାଠ କରାଯାଇଥିଲା । ଉକ୍ତ ଅବସରରେ ମୁଖ୍ୟ ଅତିଥି ଡ଼କ୍ଟର ମୀରା ବେଉରା, ଶିକ୍ଷାବିତ୍ ଏବଂ ସ୍ତମ୍ବକାର ମୁଖ୍ୟ ବକ୍ତା ଯୋଗଗୁରୁ ସାଗରିକା ଜେନା, ସମ୍ମାନିତ ଅତିଥି ଭାବେ କବୟିତ୍ରୀ ମଞ୍ଜୁଳା ସାହୁ, କବୟିତ୍ରୀ ଏବଂ ଶିକ୍ଷାବିତ୍ ସଂହିତା ଜେନା, ଶତାବ୍ଦୀ ପଟ୍ଟନାୟକ, କବୟିତ୍ରୀ ଭଗବତୀ ଖଟୁଆ, କବୟିତ୍ରୀ ଏବଂ ଶିକ୍ଷାବିତ୍‌ ସଫଳା ଦାସ, କବୟିତ୍ରୀ ବନଲତା ମହାପାତ୍ର, କବୟିତ୍ରୀ ଏବଂ ପ୍ରବଚିକା ଗୋଲାପ କୁମାରୀ ସାହୁ ଏବଂ ଗୁଲବି ଶାହା ଯୋଗଦାନ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଲାଭ କରିଥିବା ମହିଳା ମାନଙ୍କ ଗୌରବମୟ ଇତିହାସକୁ ବ୍ୟାଖ୍ୟା କରିଥିଲେ । କୈବଲ୍ୟ ନାରୀ ସ୍ୱାଭିମାନ ସମ୍ମାନ ପ୍ରଦାନ କରାଯାଇଥିଲା । ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଛାତ୍ରୀମାନଙ୍କୁ ଗୀତା ବଣ୍ଟନ କରାଯାଇଥିଲା । ଶତାଧିକ ବସ୍ତିର ମହିଳାମାନଙ୍କୁ ସମ୍ମାନିତ କରି ଶାଢୀ ବଣ୍ଟନ କରାଯାଇଥିଲା । ଧବଳେଶ୍ଵର ସାରସ୍ଵତ ଆଶ୍ରମ ଅଧ୍ୟକ୍ଷ ମାନସ ଚୈତନ୍ୟ ମହାରାଜା ଆଦର୍ଶ ଗୃହସ୍ତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ବିଶିଷ୍ଟ କବି ଛବିରାମ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.