ତୁଷୁରା, (କେପିଏସ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର କପସିଲା ୟୁପି ସ୍କୁଲ୍ ଠାରେ ପିଏମ୍ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଏବିଇଓ ରମେଶ ଚନ୍ଦ୍ର ସାମର୍ଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଏବିଇଓ କୈଳାସ କୁମ୍ଭାର, ବିଶିଷ୍ଟ ଶିକ୍ଷାବିତ ରଞ୍ଜିତ ସାହୁ, ଭିଡିସି ସଭାପତି ବୀରବର ରଣା, ଭିଡିସି ସଂପାଦକ ଭିକାରୀ ରଣା, ଆଲୁମିନି ସଭାପତି ରାମେଶ୍ୱର ରଣା, ଭିଇସି ଚେୟାରପରସନ୍ ହେମକାନ୍ତି ରଣା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସ ବିବରଣୀ ପଠନ କରିଥିଲେ । ତୁଷୁରା ବାଳକ ୟୁପି ସ୍କୁଲ୍ର ପ୍ରଧାନ ଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମୈଥିଳୀ ରଣା ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଫୁଡ୍ଷ୍ଟଲ ଥିଲା ଓ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ଜିଣି ପାରିଥିଲା । ଏଥିରେ ତୁଷୁରା କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷିକା, ଗାଇଡ ଶିକ୍ଷକ ଶିକ୍ଷିକା, ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା, ଭିଇସି ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
Prev Post
Next Post