ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ସ୍ଥିତ ଆର୍‌ଇସି କ୍ୟାମ୍ପସ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ୍‌ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ନିରୁପମା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଏନ୍ଆଇଟିର ପ୍ରଫେସର ପ୍ରଦୀପ ସରକାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଜାତୀୟ କ୍ରୀଡାବିତ ତଥା ରେଫ୍ରି ନିଖିଳ କଳାକାର ପ୍ରଧାନ, କ୍ଲଷ୍ଟର ସିଆର୍‌ସିସି ସିପ୍ରା ସାହୁ, ପ୍ରାକ୍ତନ ଛାତ୍ର ସଭାପତି ଶଙ୍କର ପ୍ରସାଦ ମିଶ୍ର, ସ୍କୁଲ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ବେହେରା, ପ୍ରାକ୍ତନ ଶିକ୍ଷକ ପଣ୍ଡିତ ଅଜୟ ପାଣି ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଦୀକ୍ଷା ପରେ ଶିକ୍ଷା, ଶିକ୍ଷା କିପରି ସଂସ୍କାରିତ କରାଏ, ଶିକ୍ଷାଦାନ ଓ ଆହରଣ ସହ ବୌଦ୍ଧିକ ବିକାଶ, ସାମାଜିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଅତିଥି ଓ ଅଭିଭାବକମାନେ ଆକାଂକ୍ଷା ଛାତ୍ର ପରିଷଦର ଦି ଟ୍ୟାଲେଣ୍ଟ ଗ୍ୟାଲେରୀ, ସାହିତ୍ୟ ସୃଜନ, ଜିଜ୍ଞାସା ମେଳା, କୌଶଳ, ଦୋକାନ ଯାତ୍ରା, କ୍ରୀଡାଙ୍ଗନ, ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ଶିବିର ବୁଲି ଦେଖିଥିଲେ । ପଞ୍ଚାନନ ସାହୁ ମନ୍ତ୍ରପାଠ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ, ଡ. ଉମାକାନ୍ତ ପଣ୍ଡା, ରମାକାନ୍ତ ମଲ୍ଲିକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମିତ ସାହାଣୀଙ୍କ ସମେତ ସହରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.