ପାଇକମାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ସ୍କୁଲର କିଛି କୋଠାକୁ ରକ୍ଷଣା ବେକ୍ଷଣ ଓ ଖେଳ ପଡିଆର ପାଚେରୀ ନିର୍ମାଣ କରିବା ପାଇଁ ଉଦବୋଧନ ଦେଇଥିଲେ । ପ୍ରଥମେ ନିରୁପମା ସାହୁ, ଖେଳ ଶିକ୍ଷକ ଅମିତ ସାହୁ ଓ ପୂର୍ବତନ ଛାତ୍ର ବିନୋଦ କାଳିଆ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜ୍ୟୋତିର୍ମୟୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଉତ୍ସବରେ ଯଶୋବନ୍ତ ସାହା ଏବଂ ଦୟାନିଧି ସାହୁ ମଞ୍ଚ ପରିଚାଳନା କରିଥିଲେ । ପାଇକମାଲର ଶିବ ମନ୍ଦିର ଠାରୁ ୫ ଜଣ ଛାତ୍ର ମଶାଲ ଆଣିବା ପରେ କ୍ରୀଡ଼ା ଉତ୍ସବ ଆରମ୍ଭ କରାଯାଇଥିଲା । ଏହି ଖେଳରେ ସର୍ବମୋଟ ୨୦ଟି ଇଭେଣ୍ଟ ରହିଥିଲା । ୧୬୦ ଜଣ ଛାତ୍ରଛାତ୍ରୀ କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଡୁଙ୍ଗୁରିପାଲି ହାଇସ୍କୁଲର ଖେଳ ଶିକ୍ଷକ ରଜତ କୁମାର ମିଶ୍ର ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ । ସ୍କୁଲର ସୁଦାମ ପାଣ୍ଡେ, ମନୋଜ ସାହୁ, ସ୍ଵାଧୀନ ବେହେରା, ଲଳିତ କୁମାର ବିଶ୍ଵାଳ, ରଜତ କୁମାର ସାହୁ, ଛବିଳ ସେଠ୍, ଶିବମ ନାଏକ, ମୀନା କୁମାରୀ ଦାସ, ସୁଶୀଳା ପରେ, ରବିନାରାୟଣ ମଟାରି, ପଦ୍ମ ଲୋଚନ ବିଜିରା ସହଯୋଗ କରିଥିଲେ ଏବଂ ବବିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.