ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଛାତ୍ରୀମାନଙ୍କୁ ଉତ୍ସାହିତ କରି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉପରେ ନଜରକୁ ରଖି ଏହି ଅନୁଷ୍ଠାନ ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ଃ.ପ୍ରମୋଦ କୁମାର ପୃଷ୍ଟି ଏବଂ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ମହତ୍ତ୍ୱ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଛାତ୍ରୀମାନଙ୍କ ଭବିଷ୍ୟତ କାମନା କରିଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶିକ୍ଷାର ମୌଳିକତାକୁ ନିଜ ଜୀବନରେ ସଠିକ ବ୍ୟବହାର କରିବା ପାଇଁ ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ପୁରସ୍କାର ବିତରଣ ପାଇଁ ଅଧ୍ୟାପିକା ସୁଶ୍ରୀ ଜ୍ୟୋସ୍ନା ରାଣୀ ବେହେରା ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ ଓ ଅଧ୍ୟାପିକା ପ୍ରିୟମ୍ବଦା ମହାରଣା କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ । ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ କ୍ରିଷ୍ଣା ହୋତା ଆନୁଷ୍ଠାନିକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଅଧ୍ୟାପିକା କିରଣ ବାଲା ରଥଙ୍କ ପରିଚାଳନାରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।