oom

ମୋନିକା ସିଂ ଭୋଇ ଚତୁର୍ଥ ଥର ପାଇଁ ସଇଁତଲା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହେଲେ : ଶାସକ ବିଜେଡି ଦଳ ନିରାଶ, କଂଗ୍ରେସ ମହଲରେ ବେଶ ଉତ୍ସାହ

jsmm

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଇଁତଲା ବ୍ଲକ ଅଧ୍ୟକ୍ଷା ଆସନ ପୂର୍ବ ଥର ପରି କଂଗ୍ରେସ ଦଳ ନିଜ ଖାତାକୁ ନେବାରେ ସଫଳ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ ଟି ପଞ୍ଚାୟତର ସମିତି ସଭ୍ୟ ପାଇଁ ନିର୍ବାଚନ ହୋଇଥିବା ବେଳେ ଆସନ ମଧ୍ୟରୁ ଚଳିତ ପଞ୍ଚାୟତ ନିର୍ବାଚନରେ ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨୧ ଗୋଟି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୩ ଜଣ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ ହୋଇ ଥିଲେ । ଶାସକ ବିଜେଡ଼ି ଦଳ ମାତ୍ର ୮ ଗୋଟି ଆସନରେ ବିଜୟୀ ହୋଇଥିଲେ । ଆଜି ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅଧିକାରୀ ନବୀନ ନାୟକଙ୍କ ତତ୍ତ୍ୱବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ମୋନିକା ସିଂ ଭୋଇ ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ଶାସକ ବିଜେଡ଼ି ଦଳ ସମର୍ଥିତ ପ୍ରାର୍ଥିନୀ ସୁକାନ୍ତି ସାହୁ ମାତ୍ର ୭ ଖଣ୍ଡ ଭୋଟ ପାଇଥିଲେ । ତନ୍ନମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡିଛି । ପୁଣି କଂଗ୍ରେସ ଦଳ ଲଗାତାର ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ପଦବୀ ବାଜିମାତ କରିଛି । ଏହା ସହିତ ମୋନିକା ସିଂ ଭୋଇ ଚତୁର୍ଥ ଥର ପାଇଁ ସଇଁତଲା ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସଇଁତଲା କଂଗ୍ରେସ କାର୍ୟ୍ୟାଳୟରେ ନୂତନ ସମିତି ସଭ୍ୟ, ସଭ୍ୟାମାନଙ୍କୁ ଓ ନୂତନ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ବିଜୟ ଧାରାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ତଥା ସଇଁତଲା ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.