jayashree

ଓଷ୍ଟା ରାଉରକେଲା ସିଟି ଜୋନ୍‌ର ଶିଶୁ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ୪୧ତମ ଦ୍ୱିଦିବସୀୟ ଶିଶୁ ଉତ୍ସବ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ରାଉରକେଲା ସିଟି ଜୋନ୍‌ର ସଭାପତି ଶିଶିର କୁମାର ପାଣିଙ୍କ ସଭାପତିତ୍ୱ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ଦିବସ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିଶ୍ରା ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡ଼ଃ. ସୁମନ ଦତ୍ତ ଓ ଓଷ୍ଟାର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ରମାକାନ୍ତ ମଲ୍ଲିକ, ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମ୍ବାଦିକ ସୁଜ୍ଞାନୀ ରାୟ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟଅତିଥି, ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ବିଶିଷ୍ଟ ଅତିଥି, ସମ୍ମାନିତ ଅତିଥି ଭାବେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ପ୍ରାକ୍ତନ ବିଶ୍ରା ଏବିଇଓ କୃପାସିନ୍ଧୁ ପତି, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଆଲୋକ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଷ୍ଟାର ମୂଳମନ୍ତ୍ର ଶିଶୁ ହସିଲେ ଦୁନିଆ ହସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଚରିତ୍ର ଗଠନ, ନିଷ୍ଠା, ପରିଶ୍ରମ, ଅଧ୍ୟବସାୟ,ବାପା ମା ଓ ଗୁରୁଙ୍କୁ ସମ୍ମାନ, ବନ୍ଧୁତ୍ୱ ଓ ଭଲ ମଣିଷ ହେବାପାଇଁ ପରାମର୍ଶ ଦେବା ସହ ମଣିଷର ୬ଟି ଋଣ ଯଥା ମାତୃପିତୃ ଋଣ, ଗୁରୁ ଋଣ, ଦେବ ଋଣ, ମନୁଷ୍ୟ ଋଣ, ଋଷି ରୂଣ ଓ ବୃତ୍ତ ରୂଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୯ଟି ବିଦ୍ୟାଳୟ ସରସ୍ଵତୀ ବିଦ୍ୟାପୀଠ, କୋଏଲ ବିଦ୍ୟାପୀଠ, ଓଏସ୍‌ଏପି ହାଇସ୍କୁଲ, ଗୋପବନ୍ଧୁ ହାଇସ୍କୁଲ, ବିଦ୍ୟୁତ କଲୋନୀ ହାଇସ୍କୁଲ, ଆର୍‌ଇସି କ୍ୟାମ୍ପସ ହାଇସ୍କୁଲ, ନୟାବଜାର ସରକାରୀ ହାଇସ୍କୁଲ, ଡିଜାଇନ୍ ଲାଇଫ ଏକାଡେମୀ ଓ ଦୀପିକା ଶିକ୍ଷା ସଦନର ଛାତ୍ରଛାତ୍ରୀ ମାନେ ବକ୍ତୃତା, ଗଳ୍ପ ଲିଖନ, କୁଇଜ୍, ସାଧାରଣ ଜ୍ଞାନ, କବିତା ରଚନା, କବିତା ପାଠ, ଚିତ୍ରାଙ୍କନ,ଏକକ ଅଭିନୟ, ନୃତ୍ୟ, ସଂଗୀତ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ କୁଞ୍ଜବିହାରୀ ରାଉତ, ଶରତ କୁମାର ସାହୁ, ପ୍ରଶାନ୍ତ ବେହେରା, କିଶୋର ସାମଲ, ହିମାଦ୍ରି ମାହାନ୍ତ, ବିଜୟ ରଥ, ପ୍ରଦୀପ ପାଣିଗ୍ରାହୀ, ଅଶ୍ୱିନୀ ସିଂ, ଉମାକାନ୍ତ ବିଶୋଇ, ଜୟନ୍ତ ମହାପାତ୍ର, ବିନୋଦ କୌଶଲ, ଦେବସ୍ମିତା ନାୟକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୨୭, ୨୮, ୨୯ ତାରିଖରେ କଟକ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଯୋଗ ଦେବା ପାଇଁ ସୁଯୋଗ ମିଳିବ ବୋଲି ଜଣାପଡିଛି । ପ୍ରାରମ୍ଭରେ ସଦସ୍ୟ ଶ୍ରୀ ସ୍ୱାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସଭାପତି ଶ୍ରୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.