om academy

ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ଦ୍ୱୟ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ସହ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ । ଶିଖାଇବା ଓ ଶିଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । କଠୋର ବା କଠିନ ସବୁବେଳେ ରହୁନଥିବା ବେଳେ ନରମ ସବୁବେଳେ ରହିଛି ଓ ରହିବ ବୋଲି ଗଳ୍ପଛଳରେ ମୁଖ୍ୟ ଅତିଥି କହିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ମିଶ୍ର ବକ୍ତବ୍ୟରେ ସଫଳତା କେବଳ ଲକ୍ଷ୍ୟ ନହୋଇ ପ୍ରତିଯୋଗୀ ମନୋଭାବ ରଖିବା ଉପରେ ମତ ରଖିଥିଲେ । ଗତ ୧୭ ତାରିଖ ଦିନ ହୋଇଯାଇ ଥିବା ବିଜ୍ଞାନ, କଳା, ଇତିହାସ, ଭୂଗୋଳ ପଦର୍ଶନୀ ତଥା ଶିକ୍ଷା ଓ ଖେଳକୁଦରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଦ୍ୱୟ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା କୌତୁକ, ପିରାମିଡ ଓ ମାଲଖମ୍ବ କ୍ରୀଡା ପଦର୍ଶିତ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ସ୍ନେହାଂଶୁବାଳା ନାୟକ ଓ ଅଭୟ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରାଇମେରୀ ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ପାଣି ମଂଚାସୀନ ଥିବା ବେଳେ ଜୀବନାନନ୍ଦ ନାୟକ, କସ୍ତୁରୀ ଶ୍ରୀବାସ୍ତବ, ସୁସ୍ମିତା ମିଶ୍ର, ସଂଯୁକ୍ତା ଦାଶ, ସୁରେଶ କୁମାର ଶତପଥୀ, ସ୍ମିତା ଦାସ, କୃଷ୍ଣପ୍ରିୟା ମିଶ୍ର, ଚିତ୍ତ ବେହେରା, ଯଚିତ୍ର ଜେନା, ସୀମା ଚକ୍ରବର୍ତ୍ତୀ, ରୀତା ଦାଶ, ଗାୟତ୍ରୀ ନନ୍ଦ, ଲୀନା ମଲ୍ଲିକ, ଶର୍ମିଲା ଦାସ, ଜୋସ୍ନା ମହାନ୍ତି, କବିତା ମିଶ୍ର, ଅର୍ଚ୍ଚନା ଦାସ, ସବିତା ସାମନ୍ତରାୟ, ପଦ୍ମା ତନ୍ତୀ ଓ ମହିମା ରାଜହଂସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.