oom

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ ସଭାପତିତ୍ୱ କରିବା ସହ ସ୍କୁଲର ବାଉଣ୍ଡ୍ରିୱାଲ ଏବଂ ଜଣେ ଶିକ୍ଷକଙ୍କ ଆବଶ୍ୟକ ଥିବା ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ, ସ୍ୱତନ୍ତ୍ର ଅତିଥି ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା, ମୁଖ୍ୟବକ୍ତା ଇଂ ଗଜେନ୍ଦ୍ର ତରାଇ, ଏବିଇଓ ସଂଯୁକ୍ତା ବେହେରା, ବିଆର୍‌ସିସି ବିଜୟ କୁମାର ବେହେରା, ଗୋଖରାକୁଡା ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ସିଆର୍‌ସିସି ସୁରେନ୍ଦ୍ର ସେଠି, ମୟୁରପଦା ସ୍କୁଲ ପ୍ରଧାନ ଶିକ୍ଷକ ପର୍ଶୁରାମ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ବିପିନି ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ଥିବା ଦେଖି ବିଧାୟକ ଖୁସିବ୍ୟକ୍ତ କରିବା ସହ ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ ଏବଂ ଅଭିଭାବକ, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟ ରହିଲେ ଜଣେ ଛାତ୍ର ନିଶ୍ଚୟ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ବୋଲି ବିଧାୟକ ବେହେରା ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ସିଆର୍‌ସିସି ସଞ୍ଜୟ କୁମାର ତରାଇ, ଖବରଦାତା ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ସ୍କୁଲ ପ୍ରଧାନ ପଞ୍ଚାନନ ମାହାଳିକ, ଶିକ୍ଷକ ଦିବ୍ୟସିଂହ ପଲ୍ଲାଇ, ଶିକ୍ଷୟିତ୍ରୀ ସ୍ୱପ୍ନା ପଲାଇ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.