oom

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଆୟୋଜିତ “ନୂଆ -ଓ” ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ ବୁଧବାର ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅଶୋକ କୁମାର ମହାନ୍ତି, ମୁଖ୍ୟବକ୍ତା ରୂପେ ଜଗନ୍ନାଥ ସଂସ୍କୃତି ଗବେଷକ ଶରତ ରାଉତ, ସମ୍ମାନିତ ଅତିଥି ରୂପେ ପଣ୍ଡିତ ଭଜମନ ଶତପଥୀ, ଅଧ୍ୟାପକ ରବିନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷାର ମାହାତ୍ମ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ନୋଡାଲ ଅଫିସର ତଥା ଅଧ୍ୟାପକ ଅତୁଳ କୁମାର ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରିଡର ସରୋଜ କୁମାର ବଳିୟାର ସିଂହ ଅତିଥି ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତାର ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ଅଧ୍ୟାପକ ମନୋରଞ୍ଜନ ରଣସିଂହ, ରାକେଶ କୁମାର ସ୍ୱାଇଁ, ସୁମନ୍ତ ତରେଇ, ଜିତେନ୍ଦ୍ର କୁମାର ମଲ୍ଲିକ, ଅଧ୍ୟାପିକା ଗୀତାଞ୍ଜଳି ସାହୁ, ସୌଭାଗିନୀ ପାଢ଼ୀ, ତନ୍ମୟୀ ମହାପାତ୍ର, ପ୍ରିୟଙ୍କା ଦଳେଇଙ୍କ ସମେତ କଲେଜର ସମସ୍ତ ଷ୍ଟାଫ୍‌ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟାପିକା ଡ଼କ୍ଟର ସ୍ନେହାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.