oom

ବାପୁଜୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

jsmm

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କନ୍ଧକେଲଗାଁର ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅହଲ୍ୟା ସାହୁ ଉଦ୍‌ଘାଟନ କଲାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାହିତ୍ୟ ସୃଜନ, କ୍ରୀଡ଼ାଙ୍ଗନ, କୌଶଳୀ, ଜ଼ିଜ୍ଞାସାର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହ ଗୀତ, ନାଚ ଓ କବିତା ଆବୃତ୍ତି ହୋଇଥିଲା । ପୂର୍ବଛାତ୍ର ଓ ଅଭିଭାବକମାନେ ଉପଭୋଗ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ମୋ ସ୍କୁଲର ସଭାପତି ଦେବରାଜ ମେହେର ଆସି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମନବୋଧ ପଧାନ, ରାୟଗୁପ୍ତା ବିଶ୍ୱାଳ, ସୁରେନ୍ଦ୍ର ଷଡ଼ଙ୍ଗୀ, ଗୋପାଳ ପଟ୍ଟନାୟକ, ଜୟରାମ ମହାନନ୍ଦ, ଗୋବର୍ଦ୍ଧନ ଛତ୍ରିଆ, ଲିଙ୍କନ ସାହୁ, ହିମେଶ ଭୋଇ, ନିରୁପମ ସାହୁ, ବିମଳ ମେହେର, ଲିପ୍ସିତା ସାହୁ, ପୁଷ୍ପା ମେହେର, ପଙ୍କଜିନୀ ମେହେର, ରଶ୍ମିତା ପ୍ରଧାନ, ମୋହନ ଭୋଇ, ଚିନ୍ତାମଣି ମାଝୀ, ପୁଟୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.