ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭଞ୍ଜ କଲ୍ଚରାଲ୍ ଟ୍ରଷ୍ଟ ଓ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଆୟୋଜିତ ରାଉରକେଲା ପୁସ୍ତକ ମହୋତ୍ସବ ଭଞ୍ଜଭବନ ପ୍ରାଙ୍ଗଣରେ ଉଦଘାଟିତ ହୋଇଛି । ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ପ୍ରଦର୍ଶନୀ ସ୍ଥଳରେ ଉତ୍କଳ ମେଲ ପ୍ରକାଶନୀ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ (ନମ୍ବର ୧୭ ) ଖୋଲାଯାଇଛି । ମୁଖ୍ୟ ଅତିଥି ଆଲୋକ ବର୍ମା ବିଭିନ୍ନ ଷ୍ଟଲ ସହ ଉତ୍କଳ ମେଲ ଷ୍ଟଲ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ । ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ ପୀତବାସ ମିଶ୍ର ତାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିଜସ୍ୱ ଲିଖିତ ହିନ୍ଦୀ ପୁସ୍ତକ ‘କହି- ଅନକହି’ ଓ ଉତ୍କଳ ମେଲ ଓଡ଼ିଆ ଓ ହିନ୍ଦୀ ଖବର କାଗଜ ପ୍ରଦାନ କରିଥିଲେ । ସେହିପରି ଦୀପିକା ମହିଳା ସମିତିର ଅଧ୍ୟକ୍ଷା ନମ୍ରତା ବର୍ମା, ଅନ୍ୟ କର୍ମକର୍ତ୍ତା ବୃନ୍ଦ, ଆରଏସପି ସଂଚାର ବିଭାଗ ଜିଏମ ଅର୍ଚ୍ଚନା ଶତପଥି ପ୍ରମୁଖ ଉତ୍କଳ ମେଲ ଷ୍ଟଲ ପରିଦର୍ଶନ କରି ଡ. ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ସମୂହର ପ୍ରଶଂସା କରିଥିଲେ । ଏହି ଅବସରରେ ଉତ୍କଳ ମେଲର ନିର୍ଦ୍ଦେଶିକା ରୀତା ମିଶ୍ର, ପରିଚାଳନା ସମ୍ପାଦକ ବିବେକାନନ୍ଦ ଦାସ, ଅକ୍ଷୟ ଧଳ, ମୀନକେତନ ବିଶ୍ୱାଳ, ଡ. ଉମାକାନ୍ତ ପଣ୍ଡା, ଅମୁଲ୍ୟ ଜେନା, ଡ. ସ୍ୱାତୀ ରେଖା ମହାନ୍ତି, ଡ. ସୁବାଷ ଚନ୍ଦ୍ର ଲେଙ୍କା, ମୀରା ଦାସ, ରଶ୍ମିତା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଳିନୀ କାନ୍ତ ଧର, ରାଜୀବ ପାଣି, ଡ. କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ମହାପାତ୍ର, ଡ. ବି. ମହାପାତ୍ର, ସନ୍ତୋଷ କୁମାର ରଥ, ଗଙ୍ଗାଧର ପୁହାଣ, ସସ୍ମିତା ପ୍ରଧାନ, ଗଙ୍ଗାଧର ଦାଶ, କୁଞ୍ଜବିହାରୀ ରାଉତ ପ୍ରମୁଖ ମଧ୍ୟ ଷ୍ଟଲ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଦିନ ଅପରାହ୍ନ ୨ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ନିଃଶୁଳ୍କ ପୁସ୍ତକ ପ୍ରଦର୍ଶନୀ ଖୋଲା ରହିବ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ ଆଲୋଚନା ସଭା, କବିତା ପାଠ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ସମାପନ ସମାରୋହ ଅନୁଷ୍ଠିତ ହେବ ।
Prev Post