ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ଦିବସ ଉପଲକ୍ଷେ ବୁଧବାର ସକାଳେ ଓଡ଼ିଶାର ବୀରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ ଗଠନ କରିବାକୁ ଡବଲ ଇଞ୍ଜିନ ସରକାରଙ୍କ ଲକ୍ଷ୍ୟଥିବା ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ତହସିଲଦାର ଶଙ୍କର ବାଗ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥି, ଉପଖଣ୍ଡ ଯୋଗାଣ ଅଧିକାରୀ ଗୋକୁଳ ଚନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ଶିକ୍ଷାବିତ ଚିନ୍ତାମଣୀ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷାର କାନ୍ତ ମହଲା ଧନ୍ୟବାଦ ଅର୍ପଣ କରିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଶ୍ୟାମ ସେଠ, ଶୁଭମ ରଥ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ତ୍ରିନାଥ ସରାଫ, ଧୂବଲେଶ୍ୱର ଦଳବେହେରା ପ୍ରମୁଖ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ନିର୍ଦ୍ଦେଶିକା ଧରିତ୍ରୀ ମହାନ୍ତି ଏବଂ ନୃତ୍ୟ ଗୁରୁ ଟୁଲୁ ପଟ୍ଟନାୟକଙ୍କ ତତ୍ୱାବଧାନରେ କ୍ଲାସିକ ଡ୍ୟାନ୍ସ ଗ୍ରୁପ, ଗୁରୁ ରୋହନ ମାଝୀଙ୍କ ତତ୍ୱାବଧାନରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।