ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଶାସ୍ତୁଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅବସରରେ ବିଜ୍ଞାନ ଭିତ୍ତିକ ଜିଜ୍ଞାସା ଓ କମ୍ପ୍ୟୁଟର କୁଶଳୀ ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ସଂପୃକ୍ତ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଚିତ୍ର କଳା, ଲଘୁ ନାଟିକା ଓ ଅନ୍ତର୍ନିହିତ କଳାର ବିକାଶ ପାଇଁ ମଞ୍ଚ ଦେବା ସାଙ୍ଗକୁ ବକୃତା ପ୍ରତିଯୋଗିତା ମଧ୍ୟ ରଖାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ସମାରୋହରେ ସମାଜ ସେବୀ ଶେଷଦେବ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ପଣ୍ଡା, ଧନୁର୍ଜୟ ସାହୁ, ସିଆର୍ସିସି ମାନସ ପଣ୍ଡା, ସାମ୍ବାଦିକ ଅସରଫ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ରମାକାନ୍ତ ବେଣୁପାଣି, ବୈକୁଣ୍ଠ ନାଥ ମେହେର, ସୁଶିଲ କୁମାର ଧଙ୍ଗଡା ମାଝୀ, ମୋନାଲିସା ଦଳପତି, ରଶ୍ମିରଂଜନ ସାହୁ, ତ୍ରିଲୋଚନ ଛତ୍ରିଆ, ମାଧବ ମାଝୀ, ଅବଦୁଲ ଆଜାଦ, ବିଶ୍ୱଜିତ ଦାସ, ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।