jayashree

ବିଦ୍ୟାଳୟସ୍ତରୀୟ ଓଡ଼ିଆ ଭାଷା ସାହିତ୍ୟ ସୃଜନଶୀଳତାର ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତି ଓ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷା ସାହିତ୍ୟର ସୃଜନଶୀଳତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟସ୍ତରୀୟ ଉତ୍ସବ ଆୟୋଜନ କରଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀ ପଲ୍ଲୀ ଶ୍ରୀହରିହରେଶ୍ୱର ଉଚ୍ଚ ବିଦ୍ୟାଳୟର ଏକ ଉତ୍ସବ ଆୟୋଜିତ ହୋଇଯାଇଛି । ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବ ଉଦ୍‌ଘାଟନ କରିଥିଲେ ଏବଂ ପୁସ୍ତକ ପଠନ ଦ୍ୱାରା ଜ୍ଞାନ, ଏକାଗ୍ରତା, ମସ୍ତିସ୍କର କ୍ରିୟାଶୀଳତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଚାପ ଶୂନ୍ୟତା, ସ୍ମୃତି ଶକ୍ତି ଉନ୍ନତ ହୋଇଥାଏ ବୋଲି ବକ୍ତବ୍ୟ ପ୍ରଦାନ କରି ଶିକ୍ଷାର୍ଥୀମାନେ ଶ୍ରେଣୀ ପୁସ୍ତକ ସହିତ ଜ୍ଞାନ ଆହରଣ ପାଇଁ ବାହ୍ୟ ପୁସ୍ତକ ପଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥିଙ୍କ ସଭାପତ୍ୱରେ ପରିଚାଳିତ ଉତ୍ସବରେ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ତାରିଣୀ ଚରଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନେ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ତାରିଣୀ ପ୍ରସାଦ ଦାଶ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ବିଜୟ କୁମାର ମହାପାତ୍ର, ଦଣ୍ଡପାଣି ଶତପଥି, ଜି.ସୁଜାତା ରାଣୀ, କାଳୁ ନାହାକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । କ୍ଷୁଦ୍ର ଗଳ୍ପ (ମୋ କଥା ଓ କାହାଣୀ), ବିଜ୍ଞାନ ପ୍ରକଳ୍ପ ଓ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.