oum

ୟୁରିଆ ସାର ନ ବାଣ୍ଟିବାରୁ ବିଜେପି ଓ ଚାଷୀମାନଙ୍କ ଦ୍ଵାରା ସୁସାଇଟିକୁ ଘେରାଉ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସମବାୟ ସମିତି ୟୁରିଆ ସାର ଆସିବା ଚାରି ଦିନ ହୋଇ ଯାଇଥିଲେ ମଧ୍ୟ ଚାଷୀ ମାନଙ୍କୁ ବଣ୍ଟା ଯାଉନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଶହ ଶହ ଚାଷୀ ସାର ନ ନେଇ ଫେରି ଯାଉଛନ୍ତି । ସାର ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହେଉଛି ଫଳରେ ଚାଷୀମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ଗ୍ରାମୀଣ ପ୍ରଭାରୀ ତଥା ବରଗଡ ବ୍ଲକ ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗୋବିନ୍ଦପୁର ସମବାୟ ସମିତିକୁ ଘେରାଉ କରାଯାଇଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଘନଶ୍ୟାମ ସାହୁ, ଧନମାଳି ଭୋଇ ସହ ଗୁଡେଶିରା, ଗୋବିନ୍ଦପୁର, ପଥର୍ଲା, ସସ୍ତୁପାଲି, ଚକରକେନ୍ଦ୍‌ର ଚାଷୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.