ପ୍ରକାଶ ପାଇଲା ସିଭିଲ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ : ଶୁଭମ କୁମାର ଆଇଏସ୍‌ ଟପ୍ପର

ନୂଆଦିଲ୍ଲୀ : ସିଭିଲ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷାରେ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଶୁଭମ କୁମାର ପ୍ରଥମ ରାଙ୍କ୍‌ରେ ଉତୀର୍ଣ୍ଣ ହୋଇଛନ୍ତି । ୟୁପିଏସ୍‌ସି ତରଫରୁ ଦିଆ ଯାଇଥିବା ସୂଚନାରେ କୁହାଯାଇଛି କି, ଚୟନ କରାଯାଇଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୫୪୫ ଜଣ ପୁରୁଷ ଓ ୨୧୬ଜଣ ମହିଳା ଅଛନ୍ତି । ଯେଉଁ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଭାଗ ନେଇ ଥିଲେ ସେମାନେ static.pib.gov.inରେ କ୍ଲିକ୍‌ କରି ନିଜର ରେଜଲ୍ଟ ଚେକ୍‌ କରି ପାରିବେ ।

Leave A Reply

Your email address will not be published.