oom

ଦେଓଗାଁ, ଗୁଡ଼ଭେଲା ଓ ସଇଁତଲା ବ୍ଲକ ସହ ତୁଷୁରା ଏନ୍‌ଏସିର ୧୦୮ ଜଣ ଭିନ୍ନକ୍ଷମଙ୍କୁ ମିଳିବ ଉପକରଣ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ଉପକରଣ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଓଗାଁ ବ୍ଳକ ସହ ଗୁଡ଼ଭେଲା, ସଇଁତଲା ଓ ତୁଷୁରା ଏନ୍‌ଏସି ଅଞ୍ଚଳର ଦିବ୍ୟାଙ୍ଗ ହିତାଧିକାରୀମାନେ ଯୋଗ ଦେଇଥିଲେ । ମୋଟ ଶିବିରରେ ୨୩୧ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ୧୦୮ ଜଣଙ୍କୁ ହ୍ୱିଲ ଚେୟାର, ଟ୍ରାଇସାଇକଲ, ଶ୍ରବଣ ଯନ୍ତ୍ର, ଆଶାବାଡୀ ଦେବାକୁ ଚୟନ କରାଯାଇଥିଲା । ଏହି ଉପକରଣ ଆସନ୍ତା ୧୭ ତାରିଖ ଦିନ ବଲାଙ୍ଗିରରେ ପାଇବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖୁରା, ଏଲିଏମ୍‌କୋ ଟିମ, ଦେଓଗାଁ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ସେଠ, ସଇଁତଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ସୁଶାନ୍ତ ବାଗ, ଦିଗାମ୍ବର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.