oom

ଯୋଗୀମୁଣ୍ଡାରେ ନବ ନିର୍ମିତ ଉପସ୍ୱାସ୍ଥ୍ୟ କେନ୍ଦ୍ର : ଠାନ୍ ତ ଅଛେ ବାଟ ନାଇଁ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର ମାନ ନିର୍ମାଣ କରିଛନ୍ତି । ହେଲେ ଲୋକଙ୍କ କାମରେ ଆସୁନଥିବା ସହ ପରିତ୍ୟକ୍ତ ଅବସ୍ଥା ପଡିରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ ବ୍ଳକ ଯୋଗୀମୁଣ୍ଡା ଗ୍ରାମରେ ସରକାରଙ୍କ ପକ୍ଷରୁ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ରକୁ ଲୋକାର୍ପଣ କରାଯାଉନଥିବା ଅଭିଯୋଗ ହେଉଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଅନାବନା ଘାସ ଉଠି ପରିତ୍ୟକ୍ତ ଅବସ୍ଥା ପଡିରହିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ରକୁ ଯିବା ଆସିବା ପାଇଁ ରାସ୍ତା ନଥିବା ମଧ୍ୟ ଅଭିଯୋଗ ହେଉଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ରାସ୍ତା ନଥିବା ଯୋଗୁଁ ଲୋକେ ‘ଠାନ୍‌ ତ ଅଛେ ବାଟ ନାଇଁ’ ବୋଲି କୁହାକୁହିଁ ହେଉଥିବା ଶୁଣିବାକୁ ମିଳିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ସହ ରାସ୍ତା ନିର୍ମାଣ ବ୍ୟବସ୍ଥା କରିବାକୁ କୋଶଳ ରାଜ୍ୟ ସମ୍ବନିୟ ସମିତି ସଭାପତି ବନମାଳୀ ନାଏକ, କୋଶଳ ରାଜ୍ୟ ସମ୍ବନିୟ ସମିତି ଯୁବ ସଂଗଠକ ଗିରିଧାରୀ ଭୋଇ, ଅଚ୍ୟୁତ ସିପୁନ ଖମାରି ପ୍ରମୁଖ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.