ଗଞ୍ଜାମ ଜିଲ୍ଲା ଯୁବ ଉପସଭାପତି ହେଲେ ଅକ୍ଷୟ ପ୍ରଧାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ବିଜେଡି ପକ୍ଷରୁ ଗଞ୍ଜାମ ଜିଲ୍ଲା ଯୁବ ଉପସଭାପତି ଭାବେ ଅକ୍ଷୟ ପ୍ରଧାନ ମନୋନୀତ ହୋଇଥିବା ଜଣାପଡିଛି । ଏନେଇ ବିଜୁଯୁବ ଜନତା ଦଳ ପକ୍ଷରୁ ଏହା ଘୋଷଣା କରାଯାଇଛି । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଅକ୍ଷୟ ବିଜେଡିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ଜିଲ୍ଲାର ଆଇ.ଟି ସେଲ୍‌ ସଂଯୋଜକ ଭାବେ ଦାୟିତ୍ୱ ରହିଥିଲେ । ଏହି ଦାୟିତ୍ୱ ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର, ବିଜେଡି ଜିଲ୍ଲା ଯୁବ ସଭାପତି ଭବାନୀକାନ୍ତ ସାହୁଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଯୁବ ସଂଗଠନ ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ନବ ନିଯୁକ୍ତ ଜିଲ୍ଲା ଯୁବ ଉପସଭାପତି ଅକ୍ଷୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.