centurian jitm

ପାଖେଇ ଆସୁଛି ଉପନିର୍ବାଚନ : ଡେଲାଙ୍ଗରେ ଜମୁଛି ପ୍ରଚାର

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହେଉଥିବା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଡେଲାଙ୍ଗ ବ୍ଲକର ସାଉରିଆ, ଘନିପୁର, ମୁନିନ୍ଦା, ଶ୍ରୀପୁରୁଷତମପୁର ଓ ଚାଇଁପୁର ପଂଚାୟତ ବୁଲି ଲୋକଙ୍କୁ ତାଙ୍କ ସପକ୍ଷ ଭୋଟ ଦେବାକୁ ନିବେଦନ କରିଥିଲେ । ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ରଥ, ମାନସ ମଲ୍ଲିକ ଓ ପ୍ରଶାନ୍ତ ନାୟକଙ୍କ ସମେତ ବିଜେଡି ଯୁବନେତା ଚିତ୍ରସେନ ନିସଙ୍କ, ଜିଲ୍ଲା ବିଜେଡି ସମ୍ପାଦକ ବିଜୟ ରାଉତରାୟ, ସାଉରିଆ ପଂଚାୟତ ପୁର୍ବତନ ସରପଂଚ ଦୁର୍ଯ୍ୟୋଧନ ସାହୁ, ଲକ୍ଷ୍ମୀଧର ରାଉତରାୟ, ପ୍ରକାଶ କୁମାର ସାମନ୍ତସିଂହାର, ମିର ସଲିମ ପ୍ରମୁଖ ଗାଁକୁ ଗାଁ ବୁଲି ଭୋଟରମାନଙ୍କୁ ରୁଦ୍ର ପ୍ରତାପଙ୍କ ପାଇଁ ଆଶୀର୍ବାଦ ଦେବାକୁ କହିଥିଲେ । ଭୁବନେଶ୍ୱରରେ ଶିତତାପ ନିୟନ୍ତ୍ରଣ ଘରେ ନବସି ବିଭିନ୍ନ ପଂଚାୟତ ଗ୍ରସ୍ତକରି ଲୋକଙ୍କ ପାଇଁ କାମ କରିବି ବୋଲି ଜୁନିୟର ମହାରଥି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ସିଂହବ୍ରହ୍ମପୁର ପଂଚାୟତରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପଂଚାୟତ ପର୍ଯ୍ୟବେକ୍ଷକ ସନ୍ତୋଷ ପଟ୍ଟନାୟକ, ରାଜକିଶୋର ସ୍ୱାଇଁ ସମିତିସଭ୍ୟଙ୍କ ପ୍ରତିନିଧି ରୋହିତ ପ୍ରଧାନ, ଆତ୍ମା କମିଟି ସଭାପତି ସୁଥାକର ମାର୍ଥା, ନରେନ୍ଦ୍ର ପ୍ରଧାନ ଲୋକନାଥ ସ୍ୱାଇଁ ପ୍ରମୁଖ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଘରକୁ ଘର ବୁଲି ଭୋଟଭୀକ୍ଷା କରିଥିଲେ । ସେହିପରି ବିଜେପି କର୍ମୀମାନେ ବିଜେଡିରେ ଯୋଗଦେଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ଡେଲାଙ୍ଗ ବ୍ଲକର ସୁଜନପୁର, ସାଉରିଆ, ଗନିପୁର ପଂଚାୟତ ବୁଲି ଭୋଟର ମାନଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ଆଜି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସାଧାରଣ ସମ୍ପଦକ ରୁଦ୍ରରାଜୁ, ପର୍ଯ୍ୟବେକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଅରିସଲ, କଲ୍ୟାଣପୁର, ଧାନକେରା, ଅଭୟମୁଖି ଓ ଗୁଆଳିପଡା ଆଦି ପଂଚାୟତ ଗ୍ରସ୍ତକରି ଭୋଟଭିକ୍ଷା କରିଥିଲେ ।

Leave A Reply

Your email address will not be published.