oom

ମିଶନ ଶକ୍ତି ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ : ୧୬୬୫ ସ୍ୱୟଂ ସହାୟକ ଗୋଷ୍ଠୀ ହେବେ ଉପକୃତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଋଣ ଛାଡ଼ ଓ ଋଣ ବୃଦ୍ଧିର ଶୁଭାରମ୍ଭ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ, ସିଡିପିଓ ସଲୀଳା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମିଶନ ଶକ୍ତି ବିଭାଗର ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ଏହି ବ୍ଲକର ୧୬୬୫ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଥିବା ବେଳେ ୧୭ ହଜାର ୪୨୧ ମହିଳା ହେବେ ଉପକୃତ ହୋଇ ପାରିବେ । ଏଥିସହ ୮୭୯ ଗ୍ର୍ରୁପ ୫୩ ଲକ୍ଷ ୭ ହଜାର ଋଣ ସୁଧ ଛାଡ଼ ପାଇବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ଏକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ବୋଲି ବିଧାୟକ ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ । ଏଥିସହ ସମସ୍ତ ସ୍ୱୟଂ ସହାୟକ ମହିଳା ମାନେ ନିଜ ୟୁନିଫର୍ମ ପାଇଁ ଏକ ହଜାର ଓ ବ୍ଲେଜର ପାଇଁ ଦୁଇ ହଜାର ଟଙ୍କା ପାଇବେ ଯାହା ଦ୍ୱାରା ମିଶନ ଶକ୍ତି ମହିଳା ମା’ମାନେ ନିଜର ପରିଚୟ ପାଇବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଆର୍କିଟ ଫୁଲ ଚାଷ ନିମନ୍ତେ ଗଞ୍ଜାମ ବ୍ଲକ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିବା ବିଧାୟକ ସୂଚନା ଦେଇଥିଲେ । ଶିକ୍ଷକ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିପିଏମ୍‌ ଜଳନ୍ଧର ମହାରଣା, ବ୍ଲକ ମିଶନ ଶକ୍ତି କୋଡର଼୍ିନଟର ଚନ୍ଦନ ପାଢ଼ୀ ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.