
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଉଦଳା ଏନଏସି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଦଳା ଜେଲରେ ମୋଟ୍ ୧୧୨ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ତେବେ ୨୧ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଆଜି ଉଦଳା ଏନଏସି ଦ୍ୱାରା ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି । ସମସ୍ତଙ୍କୁ ଜେଲ୍ ପରିସରରେ ସ୍ୱତନ୍ତ୍ର କଠୋରୀରେ ରଖି ଚିକିତ୍ସା କରାଯାଉଛି ।