oom

ଆପୋଲୋ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଟାଟା ଗ୍ଲୁକୋଜ୍‌ ଯୋଗାଇଲା ସାମାଜିକ ସଙ୍ଗଠନ ଉପହାର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସେକ୍ଟର ୧୯ ସ୍ଥିତ ଆପୋଲୋ ହସ୍ପିଟାଲ୍‌କୁ ଆସିଥିବା ରୋଗୀ ମାନଙ୍କୁ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ଉପହାର ତରଫରୁ ଟାଟା ଗ୍ଲୁକୋଜ ଯୋଗାଇ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଉପହାରର ସଭାପତି ସୂର୍ଯ୍ୟକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଅନୁଷ୍ଠିତ ହୋଇଥିଲା । ଆପୋଲୋ ହସ୍ପିଟାଲ୍‌କୁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଥଣ୍ଡା ପାନୀୟ ଯୋଗାଇଦେବା ସହ ସେମାନଙ୍କ ଭଲମନ୍ଦ ଖବର ବୁଝିଥିଲେ । ପ୍ରତି ମାସରେ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟ ଉପହାର କରି ଆସୁଛି ବୋଲି ଅନୁଷ୍ଠାନ ସଭାପତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟ ପାଇଁ ସହରରେ ବୁଦ୍ଧିଜୀବୀ ମହଲ ଅନୁଷ୍ଠାନରକୁ ସାଧୁବାଦ ଦେବା ସହ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ୍‌ର ଚିଫ ଅପେରଟିଂ ଅଫିସର ଡ. ସା, ଡ. ସଜଲ ସେନ ମୁଖ୍ୟ ଚିକିତ୍ସାଧିକାରୀ ଆପୋଲୋ ହସ୍ପିଟାଲ୍‌, ଡ. ଅରବିନ୍ଦ ସାମଲ, ଅତିରିକ୍ତ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ ଡ. ଚିନ୍ମୟ ସାହୁ, ଉପହାରର ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ସଭାପତି ଚିନ୍ମୟ ପତି, କାର୍ଯ୍ୟକାରୀ ସଭାପତି ଯୁବେଜାନୀ ବେଜ, ଉପଦେଷ୍ଟା, ମହେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.