ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ପିତୃ ଦିବସ । ପୁର୍ବତନ ସଂସ୍କୃତି ବିଭାଗ କର୍ମଚାରୀ ପୁତ୍ର ମଳୟ ତ୍ରିପାଠୀ ପିତା ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ରଚିତ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଲଞ୍ଚ କରି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଯେ, ଶ୍ରୀରାମ ମୁଭି ଓ ମ୍ୟୁଜିକ ଚ୍ୟାନେଲ ତରଫରୁ ଆସନ୍ତା ରଥଯାତ୍ରାରେ ମୁକ୍ତିଲାଭ କରିବାକୁ ଥିବା ଚଉତିଶା ମୁକ୍ତି ଭିକ୍ଷାର ପୋଷ୍ଟର ଆଜି ଭୂବନେଶ୍ୱରରେ ଉନ୍ମୋଚିତ ହୋଇଯାଇଛି । ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ତ୍ରିପାଠୀଙ୍କ ସୁପୁତ୍ର ସଞ୍ଜୟ ଆନନ୍ଦ ତ୍ରିପାଠୀ ଚଉତିଶା ସଂପର୍କରେ ସୂଚନା ଦେଇଥିଲେ । କରୁ କ୍ଷ ପର୍ଯ୍ୟନ୍ତ ୩୫ ପଦ ବିଶିଷ୍ଟ ଏହି ଚଉତିଶା ଆସନ୍ତା ରଥଯାତ୍ରା ସମୟରେ ସାତୋଟି ପର୍ଯ୍ୟାୟରେ ପ୍ରସାରଣ ହେବ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଜୟ ବର୍ଦ୍ଧନ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ସୁପରିଚିତ କଣ୍ଠ ଶିଳ୍ପୀ ଅମ୍ରୀତା ନାୟକ ଓ ଜୟବର୍ଦ୍ଧନ । ପ୍ରୀୟ ଦର୍ଶନ ପ୍ରୋଗ୍ରାମିଂ କରିଛନ୍ତି । ଏହି ଅବସରରେ ଅନ୍ୟାନଙ୍କ ମଧ୍ୟରେ ଗାଳ୍ପିକ ବିଦ୍ୟାଧର ଗୁରୁ ଓ ରୁଦ୍ର ପ୍ରସାଦ ବେହେରା ଉପସ୍ଥିତ ଥିଲେ ।