centurian jitm

ପୋଖରୀ ଉନ୍ନତିକରଣ ପାଇଁ ଭୂମିପୂଜନ କଲେ ଉପାଧ୍ୟକ୍ଷ

ସଇଁତଲା, (ଖୁସିରାନୀ ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ଜନ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ନଈ, ନାଳ ଓ ପୋଖରୀ ଗୁଡିକୁ ଶୁଖିବାରେ ଲାଗିଛି । ପାଣି ପାଇଁ ହାହାକାର ପରିସ୍ଥିତି ଦେଖା ଦେଇଥିବା ବେଳେ ଲୋକେ ଗାଧେଇବା ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ କୋଲନୀପଡାର ପୋଖରୀ ଉନ୍ନତି କରଣ ପାଇଁ ଆଜି ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦେଇ ଭୂମି ପୂଜନ କରିଥିଲେ । ଏହି ଭୂମିପୂଜନ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ମାଝୀ, କନିଷ୍ଠ ଯନ୍ତ୍ରୀ ସୁମିତ ତିର୍କି, ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ, ସୁବ୍ରତ ପଟ୍ଟନାୟକ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.