oum

ଝସକେତନ ବଘାର ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଉଲୁଣ୍ଡା ବ୍ଲକରୁ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଝସକେତନ ବଘାର ନିଦ୍ୱର୍ନ୍ଦରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦରୁ ନିର୍ବାଚିତ ସଭ୍ୟ ଓ ସଭ୍ୟାଙ୍କ ସର୍ବ ସମ୍ମତିରେ ଝସକେତନ ବଘାର ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ସହ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନଂଦନ ଜଣାଇଛନ୍ତି । ନବ ନର୍ବାଚିତ ଉପାଧ୍ୟକ୍ଷ ଝସକେତନ ବଘାର ଜିଲ୍ଲାର ଗ୍ରାମାଂଚଳର ବିକାଶକୁ ନେଇ ଉଭୟ ବୀରମହାରାଜପୁର ଏବଂ ସୋନପୁର ବିଧାନସଭାକୁ ସମତୁଳ ଧ୍ୟାନ ଦିଆଯିବ ବୋଲି ସମ୍ବୋଧିତ କରି କହିଛନ୍ତି ।

Leave A Reply

Your email address will not be published.