oum

ବୌଦ୍ଧରେ ଉପାଧ୍ୟକ୍ଷ ହେଲେ ଶଙ୍କର୍ଷଣ ପ୍ରଧାନ

jsm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ କଣ୍ଟାମାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ଜୋନ ନମ୍ବର ୦୩ର ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର୍ଷଣ ପ୍ରଧାନ ବିଜେଡି ପକ୍ଷରୁ ନୋମିନେସନ ଦାଖଲ କରିଥିଲେ ଏବଂ ସେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପ୍ରଧାନ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । ଜିଲ୍ଲାରେ ପୂର୍ବ ପରମ୍ପରା ଅନୁସାରେ ମଧ୍ୟ ବିଜେଡି ଜଣେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧ୍ୟକ୍ଷ ହେଲେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀରୁ ଉପାଧ୍ୟକ୍ଷ ହୋଇ ଆସୁଛନ୍ତି କିମ୍ବା କଣ୍ଟାମାଲରୁ ଅଧ୍ୟକ୍ଷ ହେଲେ ବୌଦ୍ଧରୁ ଉପାଧ୍ୟକ୍ଷ ହୋଇ ଆସୁଛନ୍ତି । ଶ୍ରୀ ପ୍ରଧାନ ଉପାଧ୍ୟକ୍ଷ ହେଲା ପରେ କଣ୍ଟାମାଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କୁ ତାଙ୍କର ପ୍ରଶଂସକଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.