oom

ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚ୍ : ରାଉରକେଲା ଚମ୍ପିୟାନ, ନୟାଗଡ଼ ଉପବିଜେତା

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ସ୍ଥିତ ଧବଳେଶ୍ଵର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଧବଳେଶ୍ୱର କପ୍‌ ମୋହନଗିରି ଫାଇନାଲ୍‌ ମ୍ୟାଚ୍‌ ରାଉରକେଲା ଓ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିଣି ରାଉରକେଲା ଦଳ ଫିଲଡିଂର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନୟାଗଡ଼ ଦଳ ନିର୍ଦ୍ଧାରିତ ୧୬ ଓଭରରେ ୭ ୱିକେଟ ହରାଇ ୧୭୨ ରନ୍‌ କରିଥିଲେ । ଜବାବରେ ରାଉରକେଲା ଦଳ ବ୍ୟାଟିଂ କରି ୧୧.୪ ଓଭରରେ ୬ ୱିକେଟରେ ୧୭୩ ରନ୍‌ କରି ବିଜୟ ହାସଲ କରିଥିଲେ । ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ରାଉରକେଲା ଦଳର ରୁଦ୍ର ବାଗ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ନୟାଗଡ଼ ଦଳର ଜ୍ୟୋତିପ୍ରକାଶ ମାଝୀ ବିବେଚିତ ହୋଇଥିଲେ । ଆଜିର ଖେଳ ପରିଚାଳକ ରାଧାକାନ୍ତ ବେହେରା ଓ ସତ୍ୟନାରାୟଣ ମହାପାତ୍ର ରହିଥିବା ବେଳେ ସ୍କୋରର୍‌ ଦାୟିତ୍ୱରେ ସୁନୀଲ କୁମାର ଭୋଇ ଓ ଆଶିଷ କୁମାର ସାହୁ, ଭାଷ୍ୟକାର ଶଶିକାନ୍ତ ମାଝୀ ଓ ସ୍ଵପ୍ନେଶ୍ଵର କର୍ମୀ ଦାୟିତ୍ଵ ନିର୍ବାହ କରିଥିଲେ । ପୁରସ୍କାର ବିତରଣ ତଥା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି କଳାହାଣ୍ଡି ଜିଲ୍ଲା ବିଜେଡି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ, ପ୍ରକାଶ ମାଝୀ (ଆଦିବାସୀ ନେତା ), ବିଭୁତି ଭୂଷଣ ମହାଖୁଡ଼ (ଜିଲ୍ଲା ପଛୁଆ ବର୍ଗ ସଭାପତି ), ଗୋବିନ୍ଦ ଶତପଥୀ (ବିଜେଡି ବ୍ଲକ ସଭାପତି, ମ. ରାମପୁର ) ରହିଥିବା ବେଳେ ସଭାରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ସଭାପତି ଶୁକଦେବ ସାହୁ । ସହ ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା, ସହ ସମ୍ପାଦକ ଦିବାକର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ସଦସ୍ୟ କୁବେର ପଧାନ, ଚନ୍ଦ୍ରକାନ୍ତ ମାଝୀ, ଚନ୍ଦ୍ରଭାନୁ ବେହେରା, ବିଶ୍ୱନାଥ ପୋଡ଼, ଲୋକନାଥ ଭୋଇ, କୈଳାସ ଧରୁଆ, ଟୁକୁ ମହାନନ୍ଦ, ଦୈତାରୀ ମାଝୀ, ସୁଦାମ ସେଠ ପ୍ରମୁଖ ସହଯୋଗ କରିଥିଲେ । ଏହି ଫାଇନାଲ୍‌ ମ୍ୟାଚ୍ ଦେଖିବାକୁ ପଡିଆରେ ହଜାର ହଜାର ସଂଖ୍ୟାରେ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.