ଖପ୍ରାଖୋଲର ଦୁଇ ହାଇସ୍କୁଲ ସର୍ବୋଦୟ ନୋଡାଲ ବିଦ୍ୟାପୀଠ ଲୁହାସିଂହା ଓ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟ ଯୁକ୍ତ ୨କୁ ଉନ୍ନୀତ ହେବ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ହାଇସ୍କୁଲ ଗୁଡ଼ିକୁ ଯୁକ୍ତ ୨କୁ ଉନ୍ନୀତ କରିଥିବା ସୂଚନା ମିଳିଛି । ସରକାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୫୭ଟି ହାଇସ୍କୁଲରେ ଯୁକ୍ତ ଦୁଇ କଳା ବିଭାଗ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥି ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ଖପ୍ରାଖୋଲ ବ୍ଲକରେ ଦୁଇଟି ହାଇସ୍କୁଲ ଉଚ୍ଚ ବିଦ୍ୟାଳୟ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ହୋଇଛି । ଲୁହାସିଂହା ସର୍ବୋଦୟ ବିଦ୍ୟାପୀଠ ଏବଂ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗ ଖୋଲିବା ପାଇଁ ସରକାର ସ୍ୱୀକୃତୀ ଦେଇଛନ୍ତି । ଏହି ଖବର ପ୍ରକାଶ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅଞ୍ଚଳ ବାସୀ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.