oom

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

jsmm

ବୌଦ୍ଧ, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ରା ଯାଦବ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜସ୍ୱ କମିଶନର ଶ୍ରୀ ଯାଦବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଡାକି ସଂପୃକ୍ତ ବିଭାଗର କାର୍ଯ୍ୟ ସଂପର୍କରେ ପଚାରି ବୁଝିଥିଲେ । ଉକ୍ତ ବିଭାଗ ଗୁଡିକର ଅଫିସ ରେଜିଷ୍ଟର ଗୁଡିକୁ ଦେଖିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ । ପରେ ରାଜସ୍ୱ କମିଶନର ଶ୍ରୀ ଯାଦବ ୩ ଶହ ଶଯ୍ୟାବିଶିଷ୍ଟ ନିର୍ମାଣାଧିନ ଚିକିତ୍ସାଳୟ ସଂପର୍କରେ ସମୀକ୍ଷା କରିବା ସହିତ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲାରେ ରାଜସ୍ୱ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ରାଜସ୍ୱ କମିଶନର ଶ୍ରୀ ଯାଦବ ପରାମର୍ଶ ଦେବା ସହିତ ଜିଲ୍ଲା ମଙ୍ଗଳ, ଜଳ ସଂପଦ, ପ୍ରାଣୀଧନ ଚିକିତ୍ସା, ଉଠା ଜଳସେଚନ, ଶିକ୍ଷା, ଜାତୀୟ ରାଜପଥ, ଅବକାରୀ, ବିଦ୍ୟୁତ, ମେଗା ଉଠାଜଳସେଚନ, କୃଷି, କ୍ଷୁଦ୍ର ଜଳସେଚନ, ବୟନ ଶିଳ୍ପ, ମୃତ୍ତିକା ସଂରକ୍ଷଣ, ପୁର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗ ସଂପର୍କରେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଜିଲ୍ଲା ପରିଷଦ ପକ୍ଷରୁ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅନୁଦାନ ଓ ପ୍ରକଳ୍ପ ସଂପର୍କରେ ପଚାରି ବୁଝିଥିଲେ । ପୁର୍ତ୍ତ ବିଭାଗ ରାସ୍ତା ଓ ସେତୁ ନିର୍ମାଣ ଉପରେ ବାରମ୍ବାର ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱ କମିଶନର ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ନାଗରାଜ ଦେୱରକୋଣ୍ଡା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ଦାସ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.