ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କମସରା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ବୁଧବାର ଅପରାହ୍ନରେ ଆଶିଷ ବିଭାର, ଅମିୟ ଭୂଷଣ ନାଗ ବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଶିକ୍ଷକ ଗୌରିଶଙ୍କର ସାହୁ ଓ ଶିକ୍ଷକ ସତ୍ୟବ୍ରତ ବେହେରାଙ୍କୁ ଠେଙ୍ଗା ବାଡି ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଶିକ୍ଷକ ଗୌରିଶଙ୍କର ସାହୁ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତରଭା ଥାନା କେଶ ନଂ ୪୬/୨୬ ବି ଏନ୍ ଏସ୍ ୨୯୬, ୩୫୧(୨), ୧୧୫(୨), ୧୦୯(୧), ୧୨୧(୧), ୧୩୨, ୩୨୯(୪), ୩(୫) ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଆଇ ଆଇ ସି ଅନିତା କିଡୋ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି ସମସ୍ୟାର ସମାଧାନ ତଥା ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଶିକ୍ଷାଦାନ ନ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଛନ୍ତି ।