oom

ଧର୍ମେନ୍ଦ୍ର ପ୍ରଧାନଙ୍କ କୋଶଲୀ ସ୍ତୁତି ବହି ‘ସରବ ମଙ୍ଗଳା ଜନାନ୍’ ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତହଁକ୍ କୁଟୁମ୍ ପକ୍ଷରୁ କବି ଧର୍ମେନ୍ଦ୍ର ପ୍ରଧାନଙ୍କର କୋଶଲୀ ସ୍ତୁତି ବହି ସରବ ମଙ୍ଗଳା ଜନାନ୍ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଶଲ ସଂଗ୍ରାମୀ ନରେନ୍ଦ୍ର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ ପ୍ରଦୀପ ଷଡଙ୍ଗୀ, ସାହିତ୍ୟିକ ଗୋପୀନାଥ ଦଣ୍ଡସେନା, ଡକ୍ଟର ଛାୟାକାନ୍ତ ପଣ୍ଡା, ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ ଏବଂ ମୁଖ୍ୟବକ୍ତା ଭାବେ ଶଶିଭୂଷଣ ମିଶ୍ର ଯୋଗଦେଇ କୋଶଲୀ ଭାଷାରେ ଏପରି ବହି ଆମ ଅଞ୍ଚଳର ଭାଷା ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତବ୍ୟକ୍ତ କରିଥିଲେ । ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କବି ଅର୍ଜୁନ କୁମାର ସାହୁ ସଭାକୁ ପରିଚାଳନା କରିଥିଲେ । କବି ଶ୍ରୀ ପ୍ରଧାନଙ୍କୁ ତହଁକ୍ କୁଟୁମ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବହିର ସମସ୍ତ ଗୀତକୁ କବି କବୟିତ୍ରୀମାନେ ନିଖୁଣ ଭାବେ ପରିବେଷଣ କରିଥିଲେ । ଏହା ପରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା ସୋନପୁର, ବଲାଙ୍ଗିର, ବୌଦ୍ଧ ଏବଂ ନୁଆପଡା ଜିଲ୍ଲାରୁ ଶତାଧିକ କବି ନିଜର ସ୍ଵରଚିତ କବିତା ପଢିଥିଲେ । ପ୍ରଭାସିନୀ ଭୋଇ, କବିତା ମିଶ୍ର, ସୁଜାତା ନାଏକ, ଜ୍ୟୋତିର୍ମୟୀ ତ୍ରିପାଠୀ, ସବିତା ମହରା, ତପସ୍ଵିନୀ ପଶାୟତ୍, ଦିଲ୍ଲୀପ ମିଶ୍ର, ନିକିତା ସା, ସୋନାଲି ପାଢୀ, ଜ୍ୟୋତିର୍ମୟୀ ତ୍ରିପାଠୀ ଏବଂ ଜ୍ୟୋତିରିଣୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କୋଶଲ ଏକାଡେମୀ ସଭାପତି ଦେବେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.