ଡଃ. ବ୍ରଜକିଶୋର ପାଢ଼ୀଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ “ବିରଞ୍ଚି ନାରାୟଣ ମନ୍ଦିର” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଐତିହ୍ୟ, ସଂସ୍କୃତି, କିମ୍ବଦନ୍ତୀର ନଗରୀ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିର ଏକ ଅଦ୍ୱିତୀୟ । ଏହି ମନ୍ଦିରରେ କାଷ୍ଠ ପାଷାଣରେ ନିର୍ମିତ କାରୁକାର୍ଯ୍ୟ ଓ ଚାରୁଶିଳ୍ପୀ କଳା ଓଡ଼ିଶାର ପ୍ରତିଷ୍ଠିତ ଗନ୍ତାଘର ଅଟେ । ବୁଗୁଡାର ବରିଷ୍ଠ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ “ବିରଞ୍ଚି ନାରାୟଣ ମନ୍ଦିର” ଏକ ଗବେଷଣାତ୍ମକ ପୁସ୍ତକ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଚିତ୍ରକର ସ୍ଥିତଧୀ ରଥ, ଡାକ୍ତର ସୁମନା ପଣ୍ଡା ଓ ପ୍ରଯୋଜିକା ପ୍ରଭାସିନୀ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୁସ୍ତକ ଜନାଦୃତ ହେବା ସହ ଭବିଷ୍ୟତରେ ଗବେଷକମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିପାରିବ ବୋଲି ମହାମହିମ ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ଡକ୍ଟର ଶ୍ରୀ ପାଢ଼ୀଙ୍କ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ବିଷୟରେ ଏକ ଗବେଷଣାତ୍ମକ ପୁସ୍ତକ ଲେଖିଥିବା ଯୋଗୁିଁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇଛି । ସମଗ୍ର ଗଞ୍ଜାମ ଜିଲ୍ଲାରେ ସାହିତ୍ୟିକ, ଐତିହାସିକ, ଗବେଷକଙ୍କ ମହଲରେ ଏ ନେଇ ଏକ ଖୁସିର ବାର୍ତ୍ତା ଆଣିଛି ।